Home ଓଡ଼ିଶା ବାରିପଦା : ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ବାରିପଦା : ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

152

ବାରିପଦା ୩୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ସୂଚନା ଅନୁଯାୟୀ ରାତି ୧୨ ଟା ସମୟରେ ଝାରଖଣ୍ଡ ରାଜ୍ୟ ଟାଟାନଗରରୁ ଗୋରୁମହିଷାଣୀ ଲୁହାପଥର ଖଣିରୁ ଲୁହାପଥର ବୋଝେଇ ହୋଇଥିବା ୱାଗନକୁ ନେବା ପାଇଁ ଯାଉଥିବା ସମୟରେ ଗୋରୁମହିଷାଣୀ ନିକଟସ୍ଥ କାଳିମାଟି ନିକଟରେ ମାଲବାହୀ ଟ୍ରେନ ଇଞ୍ଜିନର ଦୁଇଟି ଚକ ଧରଣାରୁ ଖସି ଯାଇଥିଲା। ତେବେ ଟ୍ରେନର ଡ୍ରାଇଭର ଘଟଣା ସମ୍ପର୍କରେ ଜାଣି ଟ୍ରେନର ବ୍ରେକ ମାରି ଅଟକାଇଥିଲେ ଏବଂ ଗୋଟେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲା। ତେବେ ଗତ କିଛିମାସ ପୂର୍ବରୁ ରେଳ ଧାରଣାର ଉନ୍ନତି କାର୍ଯ୍ୟ ଚାଲିଛି। ସୂଚନାଯୋଗ୍ୟ ଯେ ଗତ ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ମଧ୍ୟ ଗୋରୁମହିଷାଣୀ ନିକଟରେ ରେଳ ଧାରଣା ୨ ଖଣ୍ଡ ହୋଇଥିଲା ତେବେ ସେତେବେଳେ ମଧ୍ୟ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ଟାଟା- ବାଦାମପାହାଡ ଡିଏମ୍ ୟୁ ପସେଞ୍ଜର ଟ୍ରେନ ଦୁର୍ଘଟଣାରୁ ବର୍ତିଥିଲା। ତେବେ ରେଳ ଧାରଣା ଉନ୍ନତି କାର୍ଯ୍ୟ ନିମ୍ନ ମାନର ହେଉଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ହେଉଥିବାର ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.