Home ଓଡ଼ିଶା ସୃଷ୍ଟି କରାଗଲା ସବୁଜ ବନାନୀ

ସୃଷ୍ଟି କରାଗଲା ସବୁଜ ବନାନୀ

134

ପୁରୀ, ୨୫/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର ସିଂହଦ୍ୱାର, ବଡଦାଣ୍ଡର ସୌନ୍ଦର୍ଯ୍ୟ ପ୍ରତି ଦିନ ନୂଆ ରୂପ ନେଉଛି। ବଡଦାଣ୍ଡର ଶୋଭା ବଢୁଛି। ଶ୍ରୀମନ୍ଦିର ସମ୍ମୁଖରେ ସବୁଜ ବନାନୀ ସୃଷ୍ଟି କରାଯାଇଛି। ଭଳିକି ଭଳି ଗଛ ବଡଦାଣ୍ଡରେ ଲାଗିଛି। ଭକ୍ତମାନେ ଯେଉଁ ବାଟ ଦେଇ ଲମ୍ବାଧାଢିରେ ମନ୍ଦିର ଭିତରକୁ ଦର୍ଶନ ପାଇଁ ଯିବେ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଗଛ ରହିଛି। ନଡିଆ ଗଛ ଠାରୁ ଆରମ୍ଭ କରି ବିଭିନ୍ନ ଫୁଲ ଗଛ ଲଗାଯାଇଛି। ଆଜି ଏଠାରେ ପ୍ରସ୍ତୁତ ହୋଇଥିବା ଟେଂଟ ଉପରେ ବର୍ଷା ନିରୋଧକ ପାଲ ପକାଯାଉଛି। ବଡଦାଣ୍ଡରେ ଢାଉ ରଙ୍ଗ ଦିଆଯାଇ ଝୋଟି ପକାଯାଉଛି। ନୂଆ ବର୍ଷ ପୂର୍ବରୁ ସିଂହଦ୍ୱାର ଶୋଭା ବଢାଇବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସେ ପଟେ ନୂଆ ବର୍ଷ ପାଇଁ ଭକ୍ତ କି ଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥି ପାଇଁ ମଧ୍ୟ ବ୍ୟାରିକେଡ୍ ପ୍ରସ୍ତୁତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.