Home ଜିଲ୍ଲା ପରିକ୍ରମା ବଡଦିନ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଡାକଡି

ବଡଦିନ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଡାକଡି

92

ପୁରୀ, ୨୫/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବଡଦିନ ଓ ନୂଆ ବର୍ଷ ପାଇଁ ପୁରୀରେ ଲକ୍ଷାଧିକ ସଂଖ୍ୟା ରେ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ଏହି ସମୟରେ ଟାଫ୍ରିକ୍ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟାଉନ ଥାନା ସମ୍ମୁଖରୁ ଆଗକୁ କୌଣସି ଚାରିଚକିଆ ଯାନ ଯାଇପାରିବ ନାହିଁ। ଭି.ଆଇ.ପି ମାନଙ୍କ ପାଇଁ ଏଠାରେ ବ୍ୟାଟେରୀ ଗାଡି ରଖାଯିବ। ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ନିୟମ ପାଳନ କରାଯିବ। ଏହି ଦିନ ଟ୍ରାଫିକ କଟକଣା ମାର୍କେଟ ଛକରୁ ଲାଗୁ କରାଯିବ। ଏହି ଦୁଇଦିନ ପୌରସଂସ୍ଥା ପାର୍କିଂ ରେ କେବଳ ବାଇକ ରଖାଯିବ। ଜନନ୍ନାଥ ବଲ୍ଲଭ ରେ କେବଳ କାର ପାର୍କିଂ ହେବ। ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ଗାଡି ସଂଖ୍ୟା ବଢଗଲେ ଡାକ୍ତର ଖାନା ଛକରୁ ଗୁଣ୍ଡିଚା ମନ୍ଦିର ଆଡକୁ ବଡଦାଣ୍ଡରେ ପାର୍କିଂ କରାଯିବ। ଏହା ପରେ ସରଧାବାଲି ଓ ପରେ ଭ.ଆଇ.ପି ରୋଡ ଦେଇ ସିବାସ ବୋସ ଛକ ନିକଟରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ପାର୍କିଂ ଅଂଚଳରେ କାର ପାର୍କିଂ କରାଯିବ। ତେବେ ଏହି ଦିନ ମାନଙ୍କରେ ମର୍ଚ୍ଚିକୋଟ ଛକରୁ ସିଂହଦ୍ୱାର ମଧ୍ୟରେ ବଡଦାଣ୍ଡରେ ବ୍ୟବସାୟ କରୁଥିବା ଦୋକନୀ ମାନଙ୍କର ଗାଡି କୁ ପାର୍କିଂ ପାଇଁ ଏମାର ମଠ ନିକଟରେ ମାଟିମଣ୍ଡପ ସାହି ବାଇକ୍ ପାର୍କିଂ ଷ୍ଟାଣ୍ଡ କରାଯାଉଛି। ଏହି ଠାରେ କେବଳ ଦୋକାନୀ ମାନଙ୍କର ଗାଡି ମାଗଣାରେ ପାର୍କିଂ କରାଯାପାରିବ। ଏଥିପାଇଁ ଦୋକାନୀ ମାନଙ୍କ ଗାଡିରେ ପାର୍କିଂ ପାସ୍ ଷ୍ଟିକରିଂ କରାଯିବ। ସେହିପରି ମର୍ଚ୍ଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବାଇକ କରିଡରରେ କୌଣସି ପ୍ରକାର ଗାଡି ପାର୍କିଂ ହୋଇପାରିବ ନାହିଁ। ବଡଦାଣ୍ଡ ମଝିରେ ପ୍ରତିଷ୍ଠା କରାଯାଇଥିବା ମଝି କରିଡରରେ ଭକ୍ତ ମାନେ ଶ୍ରୀମନ୍ଦିରକୁ ଯାଆସ କରିପରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.