Home କଳାହାଣ୍ଡି ସୁସ୍ଥ ହେଲେ କଳାହାଣ୍ଡିର ୨ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ କଳାହାଣ୍ଡିର ୨ କରୋନା ଆକ୍ରାନ୍ତ

643

କଳାହାଣ୍ଡି ତା.୨୨.୦୪.୨୦୨୦ (ଓଡିଆପୁଅ) ସମଗ୍ର ବିଶ୍ୱ ମହାମାରୀ କରୋନା ଭଲି ଦୂରାରୋଗ୍ୟ ବ୍ୟାଧିରେ କବଳିତ ହୋଇଥିବା ବେଳେ ଓଡିଶାରେ ଅଦ୍ୟାବଧି ୮୨ଟି ପଜିଟିଭ ଆକ୍ରାନ୍ତ ଥିବା ସରକାରୀ ତଥ୍ୟ ରୁ ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିର ଦୁଇ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଥିବା ଓଡିଶା ସ୍ୱାସ୍ଥ୍ୟ ବିଭାଗର ଟୁଇଟରରୁ ଜଣାପଡିଛି । ଏହାପୂର୍ବରୁ ୮ ଦିନର ଚିକିତ୍ସା ପରେ ଗତ ୧୨ ତାରିଖରେ ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ଓ ଭୁତାଣୁ ମୁକ୍ତ ହେବାପରେ ତାଙ୍କୁ ଫେରାଇ ଅଣାଯାଇଥିବା ବେଳେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ରେ ରହିବାକୁ କୁହାଯାଇଥିବା ପ୍ରକାଶ । ବର୍ତମାନ ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଦ୍ୱିତୀୟ ସଂକ୍ରମିତଙ୍କ ରପୋର୍ଟ ମଧ୍ୟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ଟୁଇଟରରୁ ଜଣାପଡିଛି ।
ବାହାରିନ ରାଜ୍ୟରୁ ଜନୈକ ବ୍ୟକ୍ତି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ବେହେରାଗୁଡା ଗ୍ରାମକୁ ନିଜ ଘରକୁ ଆସିବା ପରେ ତାଙ୍କ ଠାରେ କରୋନା ସଂକ୍ରମିତ ଥିବା ଗତ ୪ ତାରିଖରେ ଜଣାପଡିବା ପରେ ତୁରନ୍ତ ତାଙ୍କୁ କଟକସ୍ଥିତ ଅଶ୍ୱିନୀ ହସପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା ।
ଏହା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇ ସଂପୂର୍ଣ୍ଣ ଭାବେ ସିଲ କରିଦିଆଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯିବା ପରେ ଦ୍ୱିତୀୟ ଆକ୍ରାନ୍ତଙ୍କ ସଂପର୍କରେ ଜଣାପଡିଥିଲା । ଭୂତାଣୁମୁକ୍ତ ହେବା ପରେ ତାଙ୍କୁ ଫେରାଇ ଅଣାଯିବ ବୋଲି ଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ । ଲକଡାଉନ ବଳବତର ଥାଇ ସଂପୃକ୍ତ ଗ୍ରାମଗୁଡିକରୁ କଟକଣା ହଟାଇ ଦେଇଥିବା ଜଣାପଡିଛି । ସଂସ୍ପର୍ଶରେ ଆସିଥିବା ୭୪ ଜଣଙ୍କୁ ସରକାରୀ କ୍ୱାରେଂଟାଇନରେ ରଖାଯାଇଥିବା ଏବଂ ସମସ୍ତଙ୍କ ନମୁନା ରିପୋର୍ଟ ନେଗେଟିଭ ବାହାରିବା ପରେ କ୍ୱାରେଂଟାଇନରେ ସଙ୍ଗରୋଧରେ ରହିବା ପରାମର୍ଶ ଦେଇ ଘରକୁ ଛାଡି ଦେଇଥିବା ଜଣାପଡିଛି ।
କଳାହାଣ୍ଡିର ଦୁଇ ଆକ୍ରାନ୍ତ ଭୂତାଣୁମୁକ୍ତ ଜଣାପଡିବା ପରେ ଜିଲ୍ଲାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତଥାପି ଲକଡାଉନ ଜାରି ରହିଥିବା ହେତୁ ଜନସାଧାରଣ ସଙ୍ଗରୋଧରେ ରହିବା ସହିତ ପ୍ରଶାସନର ଗାଇଡ ଲାଇନ ପାଳନ କରୁଥିବା ହେତୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ସେହିଭଲି ସରକାରୀ ଗାଇଡଲାଇନ ଅନୁସାରେ ଚଳିବାକୁ ଜିଲ୍ଲାପ୍ରଶାସନ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.