Home ଜିଲ୍ଲା ପରିକ୍ରମା ସୁରେନ୍ଦ୍ରନାଥ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଟଂ:ଉଚ୍ଚେଶ୍ୱର କ୍ରିକେଟ ଟିମ ଚମ୍ପିଆନ

ସୁରେନ୍ଦ୍ରନାଥ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଟଂ:ଉଚ୍ଚେଶ୍ୱର କ୍ରିକେଟ ଟିମ ଚମ୍ପିଆନ

17

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ପଂଚାୟତ ନରସିଂହପୁର ଖେଳ ପଡିଆ ଠାରେ ସୁରେନ୍ଦ୍ରନାଥ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଟଂର ଆଜି ଫାଇନାଲ ମ୍ୟାଚ ଉଦଯାପିତ ହୋଇଯାଇଛି । ଏଥିରେ ଧୂଷୁରୀର ଟେନଷ୍ଟାର କ୍ରିକେଟ ଟିମକୁ ହରାଇ ଉଚୁପଦାର ଉଚ୍ଚେଶ୍ୱର କ୍ରିକେଟ ଟିମ ଚମ୍ପିଆନ ହୋଇଛି । ପ୍ରଥମେ ଉଚ୍ଚେଶ୍ୱର ବ୍ୟାଟିଂ କରି ୧୬ ଓଭରରେ ୭ ୱିକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା । ଜବାବରେ ଟେନଷ୍ଟାର ଟିମ ୧୬ ଓଭରରେ ୯ ୱିକେଟ ହରାଇ ୧୨୨ ରନ କରି ପରାଜୟ ବରଣ କରିଛି । ପୁରସ୍କାର ବିତରଣୀ ଉତ୍ସବରେ ଫନିଭୂଷଣ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମିତିସଭ୍ୟ ହରେକୃଷ୍ଣ ପାଢୀ, ସମ୍ମାନିତ ଅତିଥି ଭାବେ ଧାମନଗର ପ୍ରେସ କ୍ଲବ ସାଧାରଣ ସଂପାଦକ ପ୍ରଦୀପ କୁମାର ମହାପାତ୍ର, ବିଜେଡି ଜିଲା ଯୁବ ସଂପାଦକ ସୁଶାନ୍ତ କୁମାର ପଣ୍ଡା, ବ୍ଲକ ସଭାପତି ଭାରତଭୂଷଣ ଦଳାଇ, ସାମ୍ବାଦିକ ସନ୍ଦିପଶେଖର ସ୍ୱାଇଁ, ସମାଜସେବୀ ବିଜୟ ନାରାୟଣ ମିଶ୍ର, ଶାନ୍ତନୁ କୁମାର ସାହୁ, ନିର୍ମଳ ନାୟକ ପ୍ରମୁଖ ଯୋଗଦେଇ ଚମ୍ପିଆନ ଓ ରନର୍ସ ଅଫ ଟିମକୁ ପୁରସ୍କୃତ କରିଥିଲେ । ସୁଶାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଜୟ କୁମାର ବାରିକ ଓ ରାଜେଶ ଭୂୟାଁ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ସରୋଜ କୁମାର ରାଉତ ଓ ବିଶ୍ୱଭୂଷଣ ମଲ୍ଲିକ ଧାରା ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବବୁଲ ସାହୁ, ସୌଭାଗ୍ୟ ମହାପାତ୍ର, ଅଜୟ ମହାରଣା, ବିଶ୍ୱଭୂଷଣ ସ୍ୱାଇଁ, ବାବୁଲି ବେହେରା, ଦିବ୍ୟଲୋଚନ ସ୍ୱାଇଁ, ବାପୁନ ମହାପାତ୍ର, ସିଲନ ମହାପାତ୍ର, ଜଗନ୍ନାଥ ସାହୁ, ଅଲେକ ସାହୁ, ଜଗନ୍ନାଥ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.