Home ଜିଲ୍ଲା ପରିକ୍ରମା ସୁରଜିତା ନାୟକ ପାଇଲେ ‘ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ’

ସୁରଜିତା ନାୟକ ପାଇଲେ ‘ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ’

51

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଷ୍ଟାର ଆଦ୍ୟ ସଭାପତି ସ୍ୱର୍ଗତ ଦିବ୍ୟସିଂହ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଷ୍ଟା ସଂଗଠନ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟା ଶିକ୍ଷକ ନେତ୍ରୀ, ଓଷ୍ଟାର ପୂର୍ବତନ ରାଜ୍ୟ ସମ୍ପାଦିକା ଅବସରପ୍ରାପ୍ତ ଶିକ୍ଷୟତ୍ରୀ, ଭଦ୍ରକ ଜିଲ୍ଲାର ନାରୀନେତ୍ରୀ ସୁରଜିତା ନାୟକଙ୍କୁ ପ୍ରଦାନ କରାଯାଇଛି। ଓଷ୍ଟାର ୩୯ତମ ରାଜ୍ୟ ଶିଶୁ ଉତ୍ସବ ଅବସରରେ କଟକ ଶହୀଦ୍ ଭବନରେ ଏହି ସମ୍ମାନ ଶ୍ରୀମତୀ ନାୟକଙ୍କୁ ପ୍ରଦାନ କରାଯାଇଛି। ଦୀର୍ଘ ୪ ଦିନ ଧରି ଅନୁଷ୍ଠିତ ଉତ୍ସବରେ ରାଜ୍ୟର ୩୧ଟି ଶିକ୍ଷାଜିଲ୍ଲାରୁ ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ସବରେ ଯୋଗ ଦେଇଥିଲେ। ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସର୍ବଭାରତୀୟ ଶିକ୍ଷକ ନେତା ସି.ଏନ. ଭାରତୀ, କଟକ ବିଧାୟକ ମହମ୍ମଦ ମୋକିମ୍‌, କଟକ ମେୟର ସୁବାସ ସିଂ, ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ନାୟକଙ୍କୁ ବହୁମୁଖୀ ପ୍ରତିଭା, ଶିକ୍ଷକ ସମାଜ ପାଇଁ ତାଙ୍କର ଅବଦାନ, ସାଂଗଠନିକ କାର୍ଯ୍ୟ ଦକ୍ଷତା, ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ବୈପ୍ଳବିକ କାର୍ଯ୍ୟଧାରାକୁ ମାନଦଣ୍ଡ ଭାବେ ଆଧାର କରି ଓଷ୍ଟାର ଜୁରୀମାନେ ଶ୍ରୀମତୀ ନାୟକଙ୍କୁ ଏହି ସମ୍ମାନ ପାଇଁ ଚୟନ କରିବା ପରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀମତୀ ନାୟକଙ୍କୁ ଏହି ସମ୍ମାନ ମିଳିବା ପରେ ଓଷ୍ଟାର ଜିଲ୍ଲାର ସଭାପତି ରମାକାନ୍ତ ପରିଡ଼ା, ସମ୍ପାଦକ ପ୍ରଦୀପ୍ତ ଦାସ, ରାଜ୍ୟ ନେତୃତ୍ୱ ଅକ୍ଷୟ କୁମାର ହୋତା, ପୂର୍ଣ୍ଣଚନ୍ଦ୍ର ଦାଶ, ସୁବଳ ପତ୍ରୀ, ପର୍ଶୁରାମ ପାତ୍ର, ମମତା ସାହୁ, ପିଙ୍କି ମିଶ୍ର, ବୈକୁଣ୍ଠ ବିଶ୍ୱାଳ, ଅନିଲ ମିଶ୍ର, ପ୍ରଭାତ ପାଣିଗ୍ରାହୀ, କମଳାକାନ୍ତ ନାୟକ, ଅରୁଣ ଶତପଥୀ, ବସନ୍ତ ବିଶ୍ୱାଳ, ଦେବବ୍ରତ ତ୍ରିପାଠୀ, ସନ୍ତୋଷ ଜେନା, ମନୋରଂଜନ ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.