Home ଜିଲ୍ଲା ପରିକ୍ରମା ସୁବର୍ଣ୍ଣେଶ୍ୱର ୟୁଥକ୍ଲବ ଆନ୍ତରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦୁଝରର ମା’ ତାରିଣୀକୁ ହରାଇ ଜ୍ଞାନଶକ୍ତି ମଲ୍ଲିପାଟ...

ସୁବର୍ଣ୍ଣେଶ୍ୱର ୟୁଥକ୍ଲବ ଆନ୍ତରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦୁଝରର ମା’ ତାରିଣୀକୁ ହରାଇ ଜ୍ଞାନଶକ୍ତି ମଲ୍ଲିପାଟ ବିଜୟୀ

99

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାଉତରାପୁର ଖେଳପଡ଼ିଆରେ ସୁବର୍ଣ୍ଣେଶ୍ୱର ୟୁଥ୍ କ୍ଲବ ଆନୁକୁଲ୍ୟରେ ୫ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସେମି ଫାଇନାଲର ପ୍ରଥମ ଖେଳ ମା’ ତାରିଣୀ ଫୁଟବଲ କ୍ଲବ ତରତରା କେନ୍ଦୁଝର ବନାମ କେବିସି କଟକ ମଧ୍ୟରେ ହୋଇ ମା ତାରିଣୀ ଫୁଟବଲ କ୍ଲବ ବିଜୟୀ ହୋଇଥିଲା । ୨ୟ ସେମିଫାଇନାଲରେ ଏମପିଏଫସି ମୟୁରଭଞ୍ଜ ବନାମ ଜ୍ଞାନଶକ୍ତି ମଲ୍ଲିପାଟ ମୟୁରଭଞ୍ଜ ମଧ୍ୟରେ ହୋଇ ମଲ୍ଲିପାଟ ବିଜୟୀ ହୋଇଥିଲା । ପରେ ମା ତାରିଣୀ ଫୁଟବଲ କ୍ଲବ ଓ ଜ୍ଞାନଶକ୍ତି ମଲ୍ଲିପାଟ ମଧ୍ୟରେ ଏକ ରୋମାଞ୍ଚକର ଫାଇନାଲ ଖେଳ ଅମୀମାଂସିତ ରହିବା ପରେ ପେନାଲ୍ଟି ସଟରେ ଜ୍ଞାନଶକ୍ତି ୫-୪ରେ ବିଜୟୀ ହୋଇ ଚଳିତ ବର୍ଷ ଚମ୍ପିୟନ ଟ୍ରଫି ହାସଲ କରିଛି । ଚମ୍ପିୟନ ଦଳକୁ ଟ୍ରଫିସହ ୫୦ ହଜାର ଓ ରନର୍ସଅଫ ଦଳକୁ ଟ୍ରଫିସହ ୩୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଅତିଥି ଭାବେ ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ମାନବାଧିକାର କର୍ମୀ ପ୍ରଫେସର ଜୟକୃଷ୍ଣ ମହାନ୍ତ ଓ ଯୁବନେତା ସତ୍ୟସାଧନ ବେଜ ଅତିଥି ଭାବେ ଯୋଗଦେଇ ପୁରୁସ୍କୃତ କରିଥିଲେ । ଏହି ପ୍ରତିଯୋଗୀତାର ରେଫେରୀ କାର୍ଯ୍ୟ ଶ୍ୟାମସୁନ୍ଦର ବାସ୍କେ, ମାନସ ରଞ୍ଜନ ବିଶ୍ୱାଳ, ରାମଚନ୍ଦ୍ର ବେହେରା ଓ ସାଇଜ୍ୟୋତି ବେହେରା ତୁଲାଇ ଥିଲେ । ସଞ୍ଜୟ ମଜୁମଦାର ଭାଷ୍ୟକାର ଥିବାବେଳେ ଚିନ୍ମୟ ମଲ୍ଲିକ, ବିଜୟ ଦାସ, ଜୟଦେବ ମଲ୍ଲିକ, ବାପି ଧଳ ସ୍କୋରରରେ ଥିଲେ । କ୍ଲବ ସଭାପତି ସଂଗ୍ରାମ ଦାସ, ସମ୍ପାଦକ ବିପନ ଖଟୁଆ, ଶୁଭ୍ରଜ୍ୟୋତି ପଣ୍ଡା,ସହ ସମ୍ପାଦକ ରମେଶ ମହାନ୍ତି, କ୍ରିଡ଼ା ସମ୍ପାଦକ ସନ୍ତୋଷ ପରିଡ଼ା, କୋଷାଧ୍ୟକ୍ଷ ସୁରେଶ ପରିଡ଼ା, ଖଗେଶ୍ୱର ମହାନ୍ତି, ରଞ୍ଜନ ଖଟୁଆ, ମନୋଜ ମଲ୍ଲିକ, ବିଶ୍ୱନାଥ ସାହୁ, ନିହାରରଞ୍ଜନ ମଲ୍ଲିକ, ଆୟୁଷ୍ମାନ ପରିଡ଼ା, ମାଧବାନନ୍ଦ ମଲ୍ଲିକ ପ୍ରମୁଖ କ୍ରିଡ଼ାକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.