Home Top News ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ସମସ୍ତ ୯ ଜଣ ବିଚାରପତିଙ୍କୁ କେନ୍ଦ୍ରର ଅନୁମୋଦନ ପରେ...

ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ସମସ୍ତ ୯ ଜଣ ବିଚାରପତିଙ୍କୁ କେନ୍ଦ୍ରର ଅନୁମୋଦନ ପରେ ନିଯୁକ୍ତି

60

ନୂଆ ଦିଲ୍ଲୀ ୨୬ ଅଗଷ୍ଟ (ଓଡ଼ିଆ ପୁଅ) : ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ତିନିଜଣ ମହିଳା ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ସମସ୍ତ ନଅ ନାମକୁ କେନ୍ଦ୍ର ସରକାର ସହମତି ପ୍ରଦାନ କରିଛନ୍ତି। ଏହି ନାମଗୁଡିକୁ ରାଷ୍ଟ୍ରପତିଙ୍କ ମୋହର ବାଜିଛି।

ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମର ମୁଖ୍ୟ ବିଚାରପତି ଏନ. ବି. ରମଣା ଅଧ୍ୟକ୍ଷତାରେ ଜଷ୍ଟିସ୍ ଲଲିତ, ଏ .ଏମ .ଖାନୱିଲକର, ଡି.ୱାଇ. ଚନ୍ଦ୍ରଚୁଡ୍ ଙ୍କୁ ନେଇ ଗଠିତ କଲେଜିଅମ୍‌ ନଅ ଜଣଙ୍କ ନାମ ସୁପାରିଶ କରିଥିଲେ। ଏହି ୯ ଜଣଙ୍କ ମଧ୍ୟରେ ଆଠ ଜଣ ହାଇକୋର୍ଟର ବିଚାରପତି ଏବଂ ଜଣେ ବରିଷ୍ଠ ଓକିଲ ଅନ୍ତର୍ଭୁକ୍ତ ଥିଲେ।

କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍ ବି.ଭି ନାଗରାଥନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ନାଗରଥନାଙ୍କ ପିତା ଜଷ୍ଟିସ ଇ.ଭେଙ୍କଟ୍ରରମାୟା ୧୯୮୯ ରେ କିଛି ମାସ ପାଇଁ CJI ଥିଲେ।
ଏହି ୯ ଜଣ ବିଚାରପତି ହେଲେ
ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି
କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରାଥନା
ଗୁଜୁରାଟ ହାଇକୋର୍ଟର ଜଜ୍ ବେଲା ତ୍ରିବେଦୀ
ବରିଷ୍ଠ ଆଡଭୋକେଟ୍ ପିଏସ୍ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଛି।
କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଓକା
ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ
ସିକ୍କିମ ହାଇକୋର୍ଟର ପ୍ରଧାନ ବିଚାରପତି ଜେ.କେ ମହେଶ୍ୱରୀ
ଜଷ୍ଟିସ ସିଟି ରବିନ୍ଦ୍ରକୁମାର, କେରଳ ହାଇକୋର୍ଟର ବିଚାରପତି
ମାଡ୍ରାସ ହାଇକୋର୍ଟର ବିଚାରପତି ଏମ.ଏମ ସୁନ୍ଦରେଶ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.