Home Top News କାବୁଲ ବିମାନବନ୍ଦର ଗେଟ୍‌ ବାହାରେ ଆତ୍ମଘାତୀ ବିସ୍ଫୋରଣ ଅତି କମରେ ୧୦ ମୃତ

କାବୁଲ ବିମାନବନ୍ଦର ଗେଟ୍‌ ବାହାରେ ଆତ୍ମଘାତୀ ବିସ୍ଫୋରଣ ଅତି କମରେ ୧୦ ମୃତ

72

ନୂଆ ଦିଲ୍ଲୀ ୨୬ ଅଗଷ୍ଟ (ଓଡ଼ିଆ ପୁଅ) ଆମେରିକାର ଦୁଇ ଅଧିକାରୀଙ୍କ ଅନୁଯାୟୀ ଗୁରୁବାର ଦିନ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ସିଏନ୍‌ଏନ୍‌ ଖବରରୁ ପ୍ରକାଶ।

ଆତ୍ମଘାତୀ ବିସ୍ଫୋରଣ ଅତି କମରେ ୧୦ ମୃତ ବୋଲି ଅଲ୍‌ଜାଜିରା ପ୍ରକାଶ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ମୃତ୍ୟୁ ସଂଖ୍ୟା ଜଣାପଡ଼ିନାହିଁ। କିନ୍ତୁ ଏହାର ଚେତାବନୀ ପୂର୍ବରୁ ଦିଆଯାଇଥିଲା।

ଜଣେ ଅଧିକାରୀ କହିଛନ୍ତି ଯେ, ଏଥିରେ କିଛି ଆଫଗାନୀସ୍ଥାନ ନାଗରିକ ଆହତ ହୋଇଥିବାର ସୂଚନା ମିଳୁଛି। କିନ୍ତୁ ଆମେରିକାର କୌଣସି ଆହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟିଥିବାର ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି ନିଶ୍ଚିତ କରିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି, “ଆମେ କାବୁଲ ବିମାନବନ୍ଦର ବାହାରେ ଏକ ବିସ୍ଫୋରଣକୁ ନିଶ୍ଚିତ କରୁଛୁ। ବର୍ତ୍ତମାନ ସମୟରେ କାଜୁଆଲିଟି ଅସ୍ପଷ୍ଟ। ଆମେ ଯେତେବେଳେ ସମ୍ଭବ ଅତିରିକ୍ତ ବିବରଣୀ ପ୍ରଦାନ କରିବୁ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.