Home Top News ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଏସି କୋଚ୍ ଜଳିଗଲା

ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଏସି କୋଚ୍ ଜଳିଗଲା

96

ଗ୍ୱାଲିୟର ୨୬-୧୧ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ପ୍ରାୟ ୩ ଟା ସମୟରେ ଗ୍ୱାଲିଅର ଉଧମପୁରରୁ ଦୁର୍ଗକୁ ଯାଉଥିବା ଦୁର୍ଗ ସୁପରଫାଷ୍ଟ ଏକ୍ସପ୍ରେସର ଚାରୋଟି ଏସି କୋଚରେ ନିଆଁ ଲାଗିଯାଇଛି। ମୈରେନାର ହେଟାମପୁର ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ହେଟାମପୁର ଷ୍ଟେସନ ନିକଟରେ ଟ୍ରେନ୍‌ କୁ ଅଟକା ଯାଇଥିଲା। ତେବେ ଖୁବ୍ ଶୀଘ୍ର କୋଚ୍‌ ରୁ ଅନ୍ୟ କୋଚ୍‌ ଗୁଡ଼ିକୁ ଅଲଗା କରାଯାଇଥିଲା। ଏହା ସହିତ ନିଆଁ ଲିଭାଇବା ପାଇଁ ମୋରେନା ଏବଂ ଧୋଲପୁରରୁ ଅଗ୍ନିଶମ ବାହିନୀକୁ ମଧ୍ୟ ଡକାଯାଇଛି।

ଅଗ୍ନିଶମ ବାହିନୀ କୋଚରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଟ୍ରେନରେ ନିଆଁ ଲାଗିବା ପରେ ପୋଲିସ, ପ୍ରଶାସନ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ, ସର୍ଟ ସର୍କିଟ୍ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳୁଛି। ଯାତ୍ରୀଙ୍କ ହତାହତ ସମ୍ପର୍କରେ ଖବର ଏପର୍ଯ୍ୟନ୍ତ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.