Home ଓଡ଼ିଶା ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପାଳିତ : ସମ୍ବିଧାନ ସୁରକ୍ଷା...

ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପାଳିତ : ସମ୍ବିଧାନ ସୁରକ୍ଷା ନ ହେଲେ ଦେଶ ସୁରକ୍ଷା ଅସମ୍ଭବ – କଂଗ୍ରେସ

34

ଭୁବନେଶ୍ୱର ୨୬.୧୧ (ଓଡ଼ିଆ ପୁଅ) – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ସମ୍ବିଧାନର ସୁରକ୍ଷା ନ ହେଲେ ଦେଶ ସୁରକ୍ଷିତ ହୋଇପାରିବ ନାହିଁ। ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ବିଧାନରେ ଥିବା ନିତି, ନିୟମ ଓ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି। ପ୍ରତ୍ୟେକ ନାଗରିକ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି ତାହା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି। ଆମେ ପ୍ରତ୍ୟେକ ନାଗରିକ ଏ ଦିଗରେ ସଚେତନ ରହି କାର୍ଯ୍ୟକରିବା ଦରକାର। ସମ୍ବିଧାନ ପ୍ରତି ସମ୍ମାନ ଜଣାଇ ଓ ଏହାର ସୁରକ୍ଷା ପାଇଁ ଆଜି ନେତୃବୃନ୍ଦ ଓ କର୍ମୀମାନେ ବୈଠକରେ ଶପଥ ନେଇଥିଲେ। ଉଦବୋଧନ ଦେଇ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ, ପୂର୍ବତନ ବିଧାୟକ ବିପିନ ଦାସ, ଉପସଭାପତି ଶିବାନନ୍ଦ ରାୟ, ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା ଓ ପଦ୍ମାକର ଗୁରୁ ପ୍ରମୁଖ ଅନୁସୂଚୀତ ଜାତିର ଉନ୍ନତି ତଥା ସୁରକ୍ଷା ନିମନ୍ତେ ଉପାଦେୟ ପରାମର୍ଶମାନ ଦେଇଥିଲେ। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ କଂଗ୍ରେସ ନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା, ଜାନକୀ ମଲ୍ଲିକ ଓ ଦିନବନ୍ଧୁ ଅଧିକାରୀଙ୍କୁ ଏବଂ ଅନୁସୂଚିତ ଜାତି ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ସର୍ବଶ୍ରୀ ଜୟନ୍ତ ଭୋଇ, ନରୋତମ ନାୟକ, ତାପସ ସେଠୀ, ଶିବଶଙ୍କର ବେହେରା, ପ୍ରଫୁଲ୍ଲ ଦିଗଲ ଓ ଦେବେନ୍ଦ୍ର ପ୍ରସାଦ ଦାସଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ନାନିତ କରିଥିଲେ। ବୈଠକର ପ୍ରାରମ୍ଭରେ ଡ. ବି. ଆର ଅମ୍ବେଦକରଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମନୋରଞ୍ଜନ ଦାଶ, ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, କନକଲତା ମଲ୍ଲିକ, ପ୍ରକାଶ ମିଶ୍ର, ଆଲୋକ ମହାନ୍ତି, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି ଦୀପକ ମହାପାତ୍ର, ଦେବୀ ପ୍ରସାଦ ବାହାଲିଆ, ଗୋବିନ୍ଦ ମଲ୍ଲିକ, ନିମାଇ ରାଉତ, ସଂକୁନା କହଁର, ଏମଡି ସାହାଦୁଲ୍ଲା, କୁଳମଣି ସାହୁ, ମୁନି ଥାପ୍ପା, ସୁକାନ୍ତ ତିଆଡ଼ି, ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.