Home କୋରାପୁଟ ସୁନାବେଡାଠାରେ ଜାତୀୟ ପୋଷଣ ମାସ ପାଳିତ

ସୁନାବେଡାଠାରେ ଜାତୀୟ ପୋଷଣ ମାସ ପାଳିତ

109

କୋରାପୁଟ ୨୬-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ)ସୁନାବେଡା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୃହଠାରେ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଷଣ ନିମନ୍ତେ ରହିଥିବା ପଂଚସୂତ୍ର ଯଥା ଶିଶୁର ୧୦୦ ଦିନର ଯାତ୍ରା ,ରକ୍ତହୀନତା ଶୂନ୍ୟ ଭାରତ ,ପରିସ୍କାର ସ୍ୱାସ୍ଥ୍ୟ ପରିମଳ , ପୈାଷ୍ଟିକ ଆହାର ଓତରଳ ଝାଡାର ପ୍ରତିରୋଧ ଉପରେ ଗୁରୁତ୍ୱାରୋପ କରି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।ସୁନାବେଡା ପୈାରପରିଷଦର ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କୁ ପୈାଷ୍ଟିକ ଆହାର ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ସ୍ୱର୍ଣ୍ଣଭା ଦାସ , ମମତା ମହାନ୍ତି ଓସୀମାରାଣୀ ବେହେରା ଯୋଗଦେଇଥିଲେ ।ପୋଷଣ ମାସ ଅବସରରେ ପୈାଷ୍ଟିକ ଆହାର ପ୍ରଦର୍ଶନ କରାଯାଇ ଶ୍ରେଷ୍ଠ କେନ୍ଦ୍ରକୁ ପୁରସ୍କୃତ କରାଯାଇଥିଲା ।ସୁନାବେଡା ସିଡିପିଓ ସୈାଦାମିନୀ ମିଶ୍ର କାଯର‌୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.