Home କୋରାପୁଟ କୋରାପୁଟ ବିଜେପିର ସାମ୍ବାଦିକ ସମ୍ମିଳନୀ

କୋରାପୁଟ ବିଜେପିର ସାମ୍ବାଦିକ ସମ୍ମିଳନୀ

73

କୋରାପୁଟ ୨୬-୦୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଗାନ୍ଧୀ ଜୟନ୍ତୀରୁ ୧୫ ଦିନବ୍ୟାପି ହେବାକୁ ପଦଯାତ୍ରା ମହାଦେଇପୁଟଠାରୁ ଶୁଭାରମ୍ଭ କରାଯିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ ସୂଚନା ଦେଇଥିଲେ ।ଅକ୍ଟୋବର ମାସ ୨ ଓ ୩ ଏବଂ ୧୧ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ପଦଯାତ୍ରା ସମୟରେ ନିଶାମୁକ୍ତ  ଓ ଗୋହତ୍ୟା ବନ୍ଦ କରିବା ଉପରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବା ସହ ସଫେଇ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।ବିଶ୍ୱରେ ମାନ୍ଦାବସ୍ଥା ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସୁପ୍ରବନ୍ଧନ କାରଣରୁ ନିତ୍ୟ ବ୍ୟବହାର୍ଯ୍ୟ ମୂଲ୍ୟ ସ୍ଥିର ରହିଛି ବୋଲି ସେ ପ୍ରକାଶ କରିଥିଲେ ।ଭାରତର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅନେକ ଐ୍ୟତିହାସିକ ପଦେକ୍ଷପ ନେଇଥିବା ସେ ପ୍ରକାଶ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସରୋଜ ସାବତ ଓ ତ୍ରୀପୁରାରୀ ଗରଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.