Home ଓଡ଼ିଶା ସୀମାନ୍ତ ମୋଟୁ ଠାରେ ଜିଲ୍ଲାପାଳ, ଏସପି ପହଁଚି ପ୍ରବାସୀ ଫେରନ୍ତା ଶ୍ରମିକମାନଙ୍କ ପରିସ୍ଥିତି ଅନୁଧ୍ୟାନ କଲେ

ସୀମାନ୍ତ ମୋଟୁ ଠାରେ ଜିଲ୍ଲାପାଳ, ଏସପି ପହଁଚି ପ୍ରବାସୀ ଫେରନ୍ତା ଶ୍ରମିକମାନଙ୍କ ପରିସ୍ଥିତି ଅନୁଧ୍ୟାନ କଲେ

92

ମାଲକାନଗିରି,୪ା୫(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ତିନିଥର ପାଇଁ ଲକ ଡାଉନ ହୋଇଥିବାରୁ ବାହାର ରାଜ୍ୟରେ ଥିବା ଶହ ଶହ ପ୍ରବାସୀ ଶ୍ରମିକ ମାନେ ସୀମାନ୍ତ ମୋଟୁ ରାସ୍ତା ଦେଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରୁଛନ୍ତି । ଏହି ପ୍ରବାସୀ ଶ୍ରମିକ ମାନଙ୍କ ନାମପଜିଂକରଣ କରିବା ଓ ସାମେନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହକୁ ପଠାଇବାର ବ୍ୟବସ୍ଥା କିପରି ହେଉଛି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ମୋଟୁ ତହସିଲଦାର ଶଶାଙ୍କମିଶ୍ର,କାଲିମେଳା ବିଡିଓ ଉମାଶଙ୍କର ଦଳେଇ ଓ ଅନ୍ୟାନ ଅଧିକାରୀ ମାନେ ମୋଟୁ ସେତୁ ଚେକପୋଷ୍ଟ ନିକଟରେ ଉପସ୍ଥିତ ରହି ତଦାରଖ କରିବା ସହିତ ପ୍ରବାସୀ ଫେରନ୍ତା ମାନଙ୍କୁ ମହାମାରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ଓ ଲକ ଡାଉନ ନିୟମ ସଂପର୍କରେ ସଚେତନତାର ବାର୍ତା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.