Home ଓଡ଼ିଶା ମାଲକାନଗିରି ବିଧାୟକ ପ୍ରଦାନ କଲେ  କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨୧ଲକ୍ଷ ଟଙ୍କା

ମାଲକାନଗିରି ବିଧାୟକ ପ୍ରଦାନ କଲେ  କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨୧ଲକ୍ଷ ଟଙ୍କା

87

ମାଲକାନଗିରି,୪ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକିୟ ଉପକରଣ କ୍ରୟ ନିମନ୍ତେ ମାଲକାନଗିରି ବିଧାୟକ ଜିଲ୍ଲା ପ୍ରଶାସନକୁ ୨୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଆଜି ବିଧାୟକ ଆଦିତ୍ୟମାଢି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ୨୦୨୦-୨୧ ବିଧାୟକ ପାଠିଂ ରୁ ୨୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ପାଇଁ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରବାସୀ ଫେରନ୍ତା ଶ୍ରମିକ ମାନଙ୍କୁ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ୧୪ଦିନ ପାଇଁ କ୍ୱାରେଟାଂଇନ ରେଖିବାର ବ୍ୟବସ୍ଥା କରାଯାଇଛି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ସେଥି ନିମନ୍ତେ ଆବଶ୍ୟକୀୟ ଉପକରଣ କ୍ରୟ କରିବା ପାଇଁ ଜିଲ୍ଲାପ୍ରଶାସନକୁ ଏହି ଟଙ୍କାପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀମାଢି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.