Home ଓଡ଼ିଶା ଚିକିତ୍ସାରେ ଅର୍ଥସାଜିଛି ବାଧକ,ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ବଚିଂବା ପାଇଁ ଆକୁଳ ନିବେଦନ

ଚିକିତ୍ସାରେ ଅର୍ଥସାଜିଛି ବାଧକ,ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ବଚିଂବା ପାଇଁ ଆକୁଳ ନିବେଦନ

75

ମାଲକାନଗିରି,୪ା୫(ଓଡିଆ ପୁଅ )ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସାରେ ଅର୍ଥସାଜିଛି ବାଧକ, ସେ ବଚିଂବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଆକୁଳନିବେଦନ କରିଛନ୍ତିି । ଏପରି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ପରକାନମାଳା ଗ୍ରାମରେ, ସେହି ଗ୍ରାମର ପଦ୍ମଲମ ଗୋଲରୀ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ବ୍ୟକ୍ତି, ଘରକୁ ପତ୍ନୀ ଲକ୍ଷମ୍‌ି ଗୋଲରୀ,ବଡ ଝିଅ ଲଲିତା ଗୋଲରୀ(୧୯)ପୁଅ ପ୍ରଦୀପ ଗୋଲରୀ । ପଦ୍ମଲମ ଛୋଟ କାଟିଆ ମିସ୍ତ୍ରୀ କାମ ସହ ପରଘରେ ମୂଲ ମଜୁରୀ ଲାଗି ନିଜପରିବାର ବହୁକଷ୍ଟରେ ଚଳାଇଥାନ୍ତି । ଝିଅ ଲଳିତା ଓ ପୁଅ ଭଲ ପାଠପଡୁଥିବାରୁ ରାତି ଦିନ ସ୍ୱାମୀ ସ୍ତ୍ରୀ ଉଭେୟେ କାମକରି ସେମାନଙ୍କୁ ପାଠପଢାଇ ଆସୁଥିଲେ । ଲଳିତା ଯୁକ୍ତଦୁଇ ଓ ପୁଅ ୯ମ ଶ୍ରେଣୀରେ ପାଠପଢୁଥିଲେ । ଗତ ଦୁଇବର୍ଷ ହେଲା ଲଳିତା ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଛୋଟପିଲା ପରି ଦେଖା ଯିବା ସହ ନର କଙ୍କାଳ ପାଲଟି ଯାଇଛି,ଗତ ଚାରିମାସ ତଳେ ଏହି ରୋଗ ଅତ୍ୟଧିକ ମାତ୍ରାରେ ବଢିଯାଇ ସେ ଯାହା ଖାଇଲା ସବୁ ବାନ୍ତି ହୋଇଗଲା,ଖାଦ୍ୟ ପେଟକୁ ଯାଉନଥିବାରୁ ଲଳିତା କଲେଜରେ ଭଲ ପାଠପଢୁଥିଲେ ମଧ୍ୟ ତାର ଦେହଖରାପ ଯୋଗୁଁ ପାଠପଢାରେ ଡୋରି ବନ୍ଧାହୋଇଲା ।ଘରେ ଯାହା ଟଙ୍କା ପାଇସା, ଗାଇ ଗୋରୁ ଥିଲା ବିକ୍ରୀ କରି ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇ ସବୁ ସରିଗଲା ହଲେ ଲଳିତା ଭଲ ହେବା ପରିବର୍ତେ ଦିନକୁ ଦିନ ତାର ଦେହ ଖରାପ ହୋଇ ହାତ ଗୋଡ ସବୁ ସରୁହୋଇ ଯିବାସହ ଦେହ ନର କଙ୍କାଳା ସଦୃଶ୍ୟ ଦେଖା ଗଲା । ଗତ କିଛି ଦିନତଳେ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନେମନ୍ତେ ପରିବାର ଲୋକେ ନେଇଥିଲେ । ହସପିଟାଲରେ କିଛି ଦିନ ଚିକିତ୍ସା ହେବାପରେ ସେ ଭଲ ନହେବାରୁ ଡାକ୍ତରମାନେ ତାକୁ କଟକ କିମ୍ବା ବିଶାଖାପାଟଣା ବଡ ହସପିଟାଲକୁ ଚିକିତ୍ସା ନିମନ୍ତେ ନେବା ପାଇଁ ପରାମର୍ଶ ଦେଇ ହସପିଟାଲରୁ ଛଟେଇ କରିଦେଇ ଥିଲେ । ପଦ୍ମଲମ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଲୋକ ଟଙ୍କା କେଉଁଠାରୁ ପାଇବ ଯେ ସେ କଟକ କିମ୍ବା ବିଶାଖାପାଟଣା ହସପିଟାଲକୁ ନେଇ ଝିଅର ଚିକିତ୍ସା କରିବ, ଅର୍ଥ ଅଭାବ ସାଙ୍ଗକୁ କରୋନା ମହାମାରୀ ପାଇଁ ଲକ ଡାଉନ ପରିସ୍ଥତି ସୃଷ୍ଟି ହୋଇଥିବାରୁ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ଝିଅକୁ ହସପିଟାଲ ନେବା ପଦ୍ମଲମ ଙ୍କ ପକ୍ଷରେ ସମ୍ଭବ ପର ହେଉନଥିବାରୁ ଘରେ ଝିଅ ଲଳିତା ଙ୍କୁ ରଖି ମନଦୁଃଖରେ କର୍ମକୁ ଆଦରି ପଡିରହିଛନ୍ତି । ଲଳିତା ଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତିକରୁଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ବଚିଂବାପାଇଁ ବିଛଣାରେ ପଡି ରହି ସଂଘର୍ଷ ଜାରି ରଖିଛନ୍ତି । ସେ ଓ ତାଙ୍କ ମା ଲକ୍ଷ୍‌ମି ଜିଲ୍ଲାପ୍ରଶାସନ ନିକଟରେ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଗରିବ ଅସହାୟ ରୋଗୀଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ପ୍ରକାର ଯୋଜନା କରି ସେମାନଙ୍କୁ ମାଗଣାରେ ଚିକିତ୍ସା କରା ଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଚଂଳର ଜଣେ ଗରିବ କଜେପଢୁଆ ଆଦିବାସୀ ଯୁବତୀ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ବିଛଣାରେ ପଡି ରହି ଜୀବନ ମରଣ ସହ ସଂଘର୍ଷ କରିବା ସହିତ ସେ ବଚିଂବା ପାଇଁ ଆକୁଳନିବେଦନ କରୁଥିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.