Home ଜିଲ୍ଲା ପରିକ୍ରମା ସୀମାନ୍ତ ଛତିଶଗଡ ନିର୍ବାଚନ ପାଇଁ ମାଓପ୍ରବଣ ବୁଥକୁ ସ୍ୱତନ୍ତ୍ର ହେଲିକେପ୍ଟରରେ ପୁଲିଂପାର୍ଟୀଙ୍କୁ ପଠାଗଲା

ସୀମାନ୍ତ ଛତିଶଗଡ ନିର୍ବାଚନ ପାଇଁ ମାଓପ୍ରବଣ ବୁଥକୁ ସ୍ୱତନ୍ତ୍ର ହେଲିକେପ୍ଟରରେ ପୁଲିଂପାର୍ଟୀଙ୍କୁ ପଠାଗଲା

83

ମାଲକାନଗିରି,୧୦ା୧୧ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟରେ ଆସନ୍ତା ୧୨ତାରିଖରେ ନିର୍ବାଚନ ହେଉଥିବାରୁ ବିଭିନ୍ନ ମାଓପ୍ରବଣ ଅଚଂଳରେ ଥିବା  ଭୋଟକେନ୍ଦ୍ର ଗୁଡିକୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିଂ ପାର୍ଟିଙ୍କୁ ଆଜି ଠାରୁ ପଠାଯାଇଛି । ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ଓଡିଶା ରାଜ୍ୟ ର ସୀମାନ୍ତ ମାଲକାନଗିରି ଜିଲ୍ଲାକୁ ଲାଗିରହିବା ଓ ଛତିଶଗଡ ରାଜ୍ୟର ଅନେକ ପଚାଂୟତ,ଗ୍ରାମ ମାଲକାନଗିରି ଜିଲ୍ଲାରେ ରହିଥିବାରୁ ସେମାନଙ୍କ ନିର୍ବାଚନର ପ୍ରଭାବ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ପଡିଛି । ବିଶେଷ କରି ଟିଟିବିରି, ବଡବୁରୁଦି, ସାନବୁରୁଦି, ଯଦୁଗୁଡା,ସୁଆପାଲି, ଆତପାଲି,ମହୁପଦର, ସାଲିମ, ମୁଣ୍ଡିଗୁଡା,ହଳଦିକୁଣ୍ଡ,କର୍ତନପାଲି, କମାରଗୁଡା, ଉସକାଲବାଗ, ମାଟେରୁ ମୋଟୁ,ପେଟା, ଆଲମା, ଆଦିଗ୍ରାମ ଛତିଶଗଡ ରାଜ୍ୟ ସୀମାନ୍ତରେ ରହିଛି । ଗତ କିଛି ଦିନହେଲା ଛତିଶଗଡ ରାଜ୍ୟ ସୁକୁମା,ଦନ୍ତେଓ୍ୟାର୍ଡା,ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ,ପ୍ରେସର ମାଇନ ବିସ୍ପୋରଣକରି ଯବାନ ମାନଙ୍କୁ ଟାର୍ଗେଟ କରୁଥିବାରୁ ସଡକ ପଥରେ ପୁଲିଂପାର୍ଟି ଙ୍କୁ ବିଭିନ୍ନ ମାଓପ୍ରବଣ ଅଚଂଳର ବୁଥକୁ ପଠା ନ ଯାଇ ଆକାଶ ମାର୍ଗରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପଠାଯାଇଛି । ସେହି ସବୁ ଭୋଟକେନ୍ଦ୍ରରେ କଡାପୁଲିସ ସୁରକ୍ଷାବ୍ୟବସ୍ଥା ସହ ସୀମାନ୍ତ ବର୍ତି ଅଚଂଳକୁ ସିଲ କରାଯାଇ ଛତିଶଗଡ ଓଡିଶା ପୁଲିସ ପକ୍ଷରୁ ଯୋରଦାର  କମ୍ବିଂ ଓ ସର୍ଚଅପରେସନ ଆରମ୍ଭ  ହୋଇ ଯାଇଛି ,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.