Home ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣ, ବିଧାୟକଙ୍କ ସହିତ ୫ ଯବାନ ସହୀଦ, ମାଲକାନଗିରିରେ ହାଇଆଲର୍ଟ

ସୀମାନ୍ତରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣ, ବିଧାୟକଙ୍କ ସହିତ ୫ ଯବାନ ସହୀଦ, ମାଲକାନଗିରିରେ ହାଇଆଲର୍ଟ

779

ମାଲକାନଗିରି, ୯ା୪(ଓଡିଆ ପୁଅ) ଆଜି ଅପରାହ୍ନରେ ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀମାନେ ଲାଲ ତାଣ୍ଡବ ଘଟାଇଛନ୍ତି। ଦନ୍ତେୱାଡ଼ା ଜିଲ୍ଲା କୁଆକୁଣ୍ଡା ଠାରେ ବିଜେପି ବିଧାୟକ ଭୀମା ମାଣ୍ଡବି ଏକ ଶୋଭାଯାତ୍ରାରେ ବାହାରିଥିଲେ। ଆଗରୁ ତାଙ୍କ ଗାଡିକୁ ଟାର୍ଗେଟ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ ପୋତିଥିଲେ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣରେ ସୁରକ୍ଷାକର୍ମୀ ଓ ବିଧାୟକଙ୍କ ଗାଡି ଖଣ୍ଡ ବିଖିଣ୍ଡିତ ହୋଇଛି। ଏହି ବିଷ୍ପୋରଣରେ ଘଟଣାସ୍ଥଳରେ ୫ଜଣ ଯବାନ ସହୀଦ ହୋଇଛନ୍ତି। ବିଧାୟକ ଗାଡିରୁ ବାହରକୁ ଛିଟିକି ପଡିବାରୁ ମାଓବାଦୀମାନେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ବିଷ୍ପୋରଣରେ ଆହତ ହୋଇଥିବା ଅନ୍ୟ ଯବାନ ଓ ବିଜେପି କର୍ମୀ ମାନଙ୍କୁ ଦନ୍ତେ ୱାଡ଼ା ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି। ପରେ ଘଟଣାସ୍ଥଳରେ ଦନ୍ତେୱାଡ଼ା ଏସପି ଓ ଜିଲ୍ଲା ପୁଲିସ ସହିତ ଅଧିକ ଯବାନ ପହଁଚି ସର୍ଚ ଅପରେସନ ଚଳାଇଛନ୍ତି। ସୂଚନା ଯୋଗ୍ୟ ଯେ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ବିଶେଷକରି ଛତିଶଗଡ ରାଜ୍ୟ ସହିତ ଓଡିଶାର ମାଲକାନଗିରି ଜିଲ୍ଲାରେ ଏହି ନିର୍ବାଚନ ପାଇଁ ଆଜି ପୁଲିଂ ପାର୍ଟୀ କିଛି ବୁଥକୁ ଯାଉଥିବାବେଳେ ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଲାଲାତାଣ୍ଡବ ଘଟଣାରେ ପୁଲିଂପାର୍ଟି ମାନେ ଭୟଭିତ ହୋଇଯାଇଛନ୍ତି। ମାଲକାନଗିରି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି ସହ ଛତିଶଗଡ ରାଜ୍ୟସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସିଲକରି ବ୍ୟାପକଭାବେ ଯାନବାହନ ଜାଞ୍ଚ ସହିତ ମାଓପ୍ରବଣ ଅଞ୍ଚଳରେ କମ୍ବିଂ ଓ ସର୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.