Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ନିର୍ବାଚନପାଇଁ ୨ଟି ହେଲିକେପ୍ଟର ଓ ୮ଶହ ଗାଡି ନିୟୋଜିତ

ମାଲକାନଗିରି ଜିଲ୍ଲାରେ ନିର୍ବାଚନପାଇଁ ୨ଟି ହେଲିକେପ୍ଟର ଓ ୮ଶହ ଗାଡି ନିୟୋଜିତ

378

ମାଲକାନଗିରି, ୯ା୪ (ଓଡିଆ ପୁଅ) ଆସନ୍ତା ୧୧ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନପାଇଁ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ହେବାକୁ ଯାଉଛି। ଏହି ଦୁଇଟି ନିର୍ବାଚନ ମଣ୍ଡଳି ମାଓପ୍ରବଣ ଓ ବିଛିନ୍ନାଚଂଳରେ ଅଧିକାଂଶ ଭୋଟକେନ୍ଦ୍ର ଥିବାରୁ ପୁଲିଂ ପାର୍ଟୀ ଓ ଇଭିଏମ ମେସିନ ଗୁଡିକୁ ନେବା ଆଣିବା କରିବାପାଇଁ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ୨ଟି ହେଲିକେପ୍ଟର ମଗାଇଛନ୍ତି। ଜିଲ୍ଲାରେ ସମୁଦାୟ ୫୪୦ ଟି ବୁଥ ମଧ୍ୟରୁ ୨୦୦ଟି ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଅବାଧ ନିରପେକ୍ଷ, ଶାନ୍ତି ଶୃଙ୍ଖଳାର ସହିତ କରିବାପାଇଁ ମାଲକାନଗିରି ଜିଲ୍ଲାରେ ବିଏସଏଫ ଜବାନ, ଆଇଆରବି ଜବାନ, ଏସଓଜି ଜବାନ ଓ ବହୁପରିମାଣର ଜିଲ୍ଲା ପୋଲିସଙ୍କୁ ମୁତୟନକରା ଯାଇଛି, ଚଳତି ବର୍ଷ ପୁଲିଂ ପାର୍ଟିଙ୍କୁ ନେବା ଆଣିବା ପାଇଁ ଟ୍ରକ ବଦଳରେ ସ୍ୱତନ୍ତ୍ର ଭାବେ ଅଧିକ ପରିମାଣର ବସ ବ୍ୟବସ୍ଥା ହୋଇଛି। ୩୨୪୦ ଜଣ ପୁଲିଂ ପାର୍ଟି ଙ୍କୁ ଭୋଟକେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ୨୬୨ଟି ବସ୍, ୨୪୪ ଟି ବଲେରୋ, ୫୦ଟି ମିନିଟ୍ରକ, ୫୦ଟି କମାଣ୍ଡର, ମାର୍ଶାଲ, ୫୪ଟି ଟ୍ରକ, ଗାଡି ଓ ଦିବ୍ୟାଙ୍ଗ, ବରିଷ୍ଟ ନାଗରିକ ଭୋଟରମାନଙ୍କୁ ଭୋଟ କେନ୍ଦ୍ରକୁ ନେବା ଅଣିବା ପାଇଁ ସ୍ୱତନ୍ତ୍ର ଭାବେ ୨୪୦ଟି ଅଟୋ ନିୟୋଜିତ କରାଯାଇଛି। ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ବୁଥପାଇଁ ୬ଟି ମଟୋର ଲଞ୍ଚ ବ୍ୟବସ୍ଥା ହୋଇଛି। ନିର୍ବାଚନ ନିମନ୍ତେ ସ୍ୱତନ୍ତ୍ର ଭାବେ ଯାନବାହନ କାଉଣ୍ଟର ଖୋଲା ଯାଇ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା ଏହି ଗାଡିଗୁଡିକକୁ ନମ୍ବରିଂ କରି ଶୃଙ୍ଖଳାର ସହିତ ବିଭିନ୍ନ ଭୋଟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.