Home Top News ସିବିଏସ୍‌ଇ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତକାମନା କଲେ କେନ୍ଦ୍ର...

ସିବିଏସ୍‌ଇ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତକାମନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

74

ଗତ ଦେଢ ବର୍ଷ ଆମ ସମସ୍ତଙ୍କ ପାଇଁ ବିଶେଷ ଭାବରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ପାଇଁଏକ ବଡ ଆହ୍ୱାନ ଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୦୩ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷାରେଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେକେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗତ ଦେଢ ବର୍ଷଆମ ସମସ୍ତଙ୍କ ପାଇଁ ବିଶେଷ ଭାବରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ପାଇଁ ଏକ ବଡ ଆହ୍ୱାନ ଥିଲା।ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାନୁରୁପ ସଫଳତା ହାସଲ କରିପାରି ନାହାନ୍ତି ସେମାନେ ଆହୁରି ଅଧିକ ପରିଶ୍ରମକରନ୍ତୁ। ପରିଶ୍ରମ କଲେ ନିଶ୍ଚିତ ଅଧିକ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି ପରାମର୍ଶଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.