Home ଜିଲ୍ଲା ପରିକ୍ରମା ପୁଣି ମାତିଲେଣି ଚୋର, ଦୁଇଟି ଗ୍ରାମରୁ ଚୋରି

ପୁଣି ମାତିଲେଣି ଚୋର, ଦୁଇଟି ଗ୍ରାମରୁ ଚୋରି

65

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧ ତାରିଖ ରାତିରେ ଦୋଳସାହିର ରାଢଙ୍ଗ ଗ୍ରାମର ୨ ନଂ ୱାର୍ଡର ଦୁଇଟି ମନ୍ଦିରରୁ ଚୋରି ହେବାର ଘଟଣା ଲୋକଙ୍କ ମନରୁ ନଯାଉଣୁ ଗତକାଲି ରାତିରେ ସାବରଙ୍ଗ ଥାନା ଅଧୀନସ୍ଥ କେଦାରପୁର ପଂଚାୟତର ସେରପୁର ଗ୍ରାମରେ ଗୋଟିଏ ପରିବାରରୁ ଏବଂ ନନ୍ଦପୁର ଗ୍ରାମର ଗୋଟିଏ ଦୋକାନରୁ ଚୋରମାନେ କଳାକନା ବୁଲାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳବାସୀଙ୍କର ଚିନ୍ତାର କାରଣ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ବିଳମ୍ବିତ ରାତିରେ ସେରପୁର ଗ୍ରାମର ଦେବେନ୍ଦ୍ର ନାୟକଙ୍କ ସମଗ୍ର ପରିବାର ଶୋଇଥିବାବେଳେ ଚୋରମାନେ ପଶି ୩ଟି ମୋବାଇଲ୍‌, ସୁନାଗହଣା, ନଗଦ ୨୦ ହଜାର ଟଙ୍କା ଲୁଟ୍ କରିବା ସହ ଘରେ ଥିବା ବାକ୍ସ, ଆଲମିରା, ଆଟାଚି ପ୍ରଭୃତି ଭାଙ୍ଗି ଜିନିଷପତ୍ର ନେଇଯାଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଚୋରମାନେ ଏତେସବୁ କାର୍ଯ୍ୟ କରିବା ମଧ୍ୟରେ କାହାରି ନିଦ ଭାଙ୍ଗିନଥିଲା । ସେହିଭଳି ନୂଆନନ୍ଦ ଗ୍ରାମର ଏକ ତେଜରାତି ଦୋକାନରୁ ମଧ୍ୟ ଚୋରମାନେ ଚୋରି କରିଛନ୍ତି । ସକାଳେ ନିଦ ଭାଙ୍ଗିବା ପରେ ସେମାନେ ଚୋରି ସଂପର୍କରେ ଜାଣିବାକୁ ପାଇଥିଲେ । ଏହି ଘଟଣାରେ ସ୍ଥାନୀୟ ଥାନାରେ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.