Home Top News ସିବିଆଇ ଅଫିସରେ ହାଜର ହେଲେ ମହିମା ମିଶ୍ର : ମହିମା ଏବଂ ପୁଅଙ୍କୁ ୯ ଘଣ୍ଟା...

ସିବିଆଇ ଅଫିସରେ ହାଜର ହେଲେ ମହିମା ମିଶ୍ର : ମହିମା ଏବଂ ପୁଅଙ୍କୁ ୯ ଘଣ୍ଟା ଜେରା

68

କଟକ ୫-୮ (ଓଡ଼ିଆ ପୁଅ/ଅଭୟ ଜେନା) ଗତକାଲି ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା। କଟକ ସ୍ଥିତ ଓଡ଼ିଆ ବଜାର ଘରେ ଚଢ଼ଉ ପରେ ସିବିଆଇର ଅଧିକାରୀମାନେ ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ରଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଏବଂ ତାଙ୍କୁ ୯ ଘଣ୍ଟା ଜେରା କରାଯାଇଥିବା ଖବରରୁ ପ୍ରକାଶ। ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି ମହିମା ମିଶ୍ର।

ସୂଚନାଯୋଗ୍ୟଯେ, ଗତକାଲି ସକାଳେ ସିବିଆଇ ଟିମ୍ ମହିମାଙ୍କ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସରେ ରେଡ୍ କରିଥିଲା। ସିବିଆଇ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇ ନଥିବା ବେଳେ ବହୁବିଧ ରହସ୍ୟ ସି ବି ଆଇ ଉନ୍ମୋଚନ କରିପାରେ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.