Home ଅପରାଧ ଅବକାରୀ ବିଭାଗ ଓ ପୋଲିସର ଦୁଇ ଦିନ ଚଢ଼ଉ, ବିପୁଳ ପରିମାଣର ପୋଚ ଓ ଦେଶୀ...

ଅବକାରୀ ବିଭାଗ ଓ ପୋଲିସର ଦୁଇ ଦିନ ଚଢ଼ଉ, ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ନଷ୍ଟ, ବିଦେଶୀ ମଦ ଜବତ

91

କୋରାପୁଟ : ୫/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ବୋରିଗୁମା ବ୍ଲକର ବିଭିନ୍ନ ସ୍ଥାନରେ ଦିନି କୁ ଦିନ ଦେଶୀ ମଦ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଅବକାରୀ ବିଭାଗର ମିଳତ ଦୁଇ ଦିନ ଚଢ଼ଉରେ ବୋରିଗୁମା ବ୍ଲକ ଅଧିନସ୍ଥ ଲୋଦା ଯୋଡ଼ି, ସୁକୁଲିଗୁଡ଼ା, ଭୂମିଆ ଗୁଡ଼ା, ପୋଖନଗୁଡ଼ାରେ ଜୋରଦାର ଛଢ଼ଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ସହ ବିଦେଶୀ ମଦ ଜବତ କରିବାରେ ବଡ଼ ସପଳତା ମିଳିଛି। ଅବକାରୀ ବିଭାଗ ଓ ପୋଲିସ ଦେଶୀ ମଦ ପ୍ରସ୍ତୁତ ହେବାକୁ ଥିବା ୧୩,୯୦୦ ଲିଟର ପୋଚ ନଷ୍ଟ କରିବା ସହ ୧୦୩୦ ଦେଶୀ ମଦକୁ ନଷ୍ଟ କରିବା ସହିତ ୨୫,୯୨୦ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ନେଇ ବୋରିଗୁମା ଅବକାରୀ କେ. ତ୍ରିପତି ପଟ୍ଟନାୟକ ସୂଚନା ଦେଇଛନ୍ତି। ଏନେଇ ଅବକାରୀ ବିଭାଗ ଥାନାରେ ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଓ ଅବକାରୀ ଚଢ଼ଉରେ ସ୍ଥାନୀୟ ମାଜିଷ୍ଟ୍ରେଟ ଓ ଅବକାରୀ ବିଭାଗ ଇ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.