Home ଜିଲ୍ଲା ପରିକ୍ରମା ସିଟୁର ପ୍ରତିଷ୍ଠା ଦିବସ ପାଳନ

ସିଟୁର ପ୍ରତିଷ୍ଠା ଦିବସ ପାଳନ

42

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫୩ ବର୍ଷ ପୂର୍ବେ ପି. ରାମମୂର୍ତ୍ତି ବି.ଟି. ରଣଦିବେ, ଜ୍ୟୋତିବସୁ, ଜୀବନ ଦେଇ, ସୁତା/ଲୁଗାକଳ ଶ୍ରମିକ, ଝୋଟ ମିଲ୍ ଶ୍ରମିକ, ରେଳ ଶ୍ରମିକ, ଖଣି, ଖାଦାନ ଶ୍ରମିକ, ବିଦ୍ୟୁତ୍ ଶ୍ରମିକମାନଙ୍କର ଅଧିକାର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକତ୍ରିତ କରି ଟ୍ରେଡ୍ ୟୁନିୟନ୍ ଗଠନ କରିଥିଲେ । ଗତ ୧୯୭୦ ମସିହା ମଇ ମାସ ଆଜି ଦିନରେ ତା ୩୦.୦୫.୨୦୨୩ ରିଖ ସିଟୁ ସଂଗଠନ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ତତ୍‌କାଳୀନ ନେତୃତ୍ୱ ବହୁ ତ୍ୟାଗ ସ୍ୱୀକାର କରିବା ସହ କାରାବରଣ ମଧ୍ୟ କରିଥିଲେ । ଆଜିର ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦେଶର ସମ୍ବିଧାନ, ପ୍ରେସ୍‌, ସଂସଦ, ଗଣତନ୍ତ୍ର ସୁରକ୍ଷିତ ନୁହେଁ । ଦରଦାମ ବୃଦ୍ଧି ପାଇବା ସହିତ ଶ୍ରମଜୀବୀମାନଙ୍କର ଚାକିରୀ ମଧ୍ୟ ସୁରକ୍ଷିତ ନୁହଁ । ବେତନ ମିଳୁନି, ସାମାଜିକ ନ୍ୟାୟ ମିଳୁନାହିଁ, ରାଷ୍ଟ୍ରାୟତ ଉଦ୍ୟୋଗ ରେଳ, ବ୍ୟାଙ୍କ, ବୀମା, ବୋନ୍ଦର ଓ ରାଜପଥ ଆଦିକୁ ଆଦାନୀ ଓ ଆମ୍ବାନୀ ଭଳି କର୍ପୋରେଟରମାନଙ୍କୁ ବିକ୍ରି କରି ଜୀବନ ଜୀବିକା ବିପନ୍ନ କରୁଛନ୍ତି ମୋଦି ସରକାର ବୋଲି ଭଦ୍ରକ ସହରରେ ସିଟୁର ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ନେତାଗଣ ମତବ୍ୟକ୍ତ କରିଥିଲେ । ଶ୍ରମ ଆଇନ୍‌କୁ ସଂଶୋଧନ କରି ମାଲିକ ସପକ୍ଷରେ ଏ ସରକାର ଶ୍ରମ କୋର୍ଡ କରିଛନ୍ତି । ସିଟୁର ପ୍ରମୁଖ କାଳନ୍ଦୀ ପାତ୍ର ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ । ସିଟୁର ଅନ୍ୟ ନେତା ରାଧା ଦାସ, ସେକ୍ କାଳୁ, ମଣ୍ଡୁ ମୁଣ୍ଡା,ମିନିଜା ଖାଁ, ମିର୍ ମଇନିଦ୍ଦିନ୍‌, ଶିବ ମୁଖୀ ପ୍ରମୁଖ ଦେଶର ସଂହତି ଓ ଏକତା ଉପରେ ବର୍ତ୍ତମାନର ମୋଦି ସରକାର ଯେପରି ସଂଖ୍ୟାଲଘୁ ଦଳିତମାନଙ୍କ ଉପରେ ଆକ୍ରମଣ କରୁଛନ୍ତି, ତାହା ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ଅନୁଷ୍ଠିତ ସଭାରେ ଆହ୍ୱାନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.