Home ଜିଲ୍ଲା ପରିକ୍ରମା ୨୮୦୩ ଜାମିନ୍ ବିହୀନ ପରୱାନା ଜାରି ନହୋଇ ପଡିରହିଛି, ପୁଲିସ୍ ବିଭାଗର ନିଷ୍କ୍ରିୟତା

୨୮୦୩ ଜାମିନ୍ ବିହୀନ ପରୱାନା ଜାରି ନହୋଇ ପଡିରହିଛି, ପୁଲିସ୍ ବିଭାଗର ନିଷ୍କ୍ରିୟତା

23
DCIM100MEDIADJI_0262.JPG

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମିନ୍ ବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପୁଲିସ୍ ଅବହେଳା ପ୍ରଦର୍ଶନ କରୁଥିବାର ଜଣାଯାଇଛି । ପୁଲିସ୍ ବିଭାଗର ଉଦାସୀନତା ଯୋଗୁଁ ନ୍ୟାୟିକ ବ୍ୟବସ୍ଥାରେ ବିଚାରାଧୀନ ମାମଲା ଗୁଡିକର ଫଇସଲା କ୍ଷେତ୍ରରେ ବିଳମ୍ବ ଘଟୁଛି । ବର୍ଷ ବର୍ଷ ଧରି ମାମଲା ଗୁଡିକ ବିଚାର ନହୋଇ ପଡିରହିଛି । ନ୍ୟାୟ ପାଇବାରେ ବିଳମ୍ବ ଘଟୁଛି । କୋର୍ଟମାନଙ୍କରେ ଦୀର୍ଘବର୍ଷ ଧରି ପଡିରହିଥିବା ମାମଲା ଗୁଡିକୁ ନେଇ ତର୍ଜମା କଲାବେଳେ ସାକ୍ଷୀ, ତଦନ୍ତକାରୀ ପୁଲିସ୍ ଅଧିକାରୀ, ପୋଷ୍ଟମଟର୍ମ କରିଥିବା ଡାକ୍ତରଙ୍କର ବାରମ୍ବାର ଅନୁପସ୍ଥିତ ରହିବା ଆଦି ବିଭିନ୍ନ କାରଣ ଥାଏ । ଏହାବ୍ୟତୀତ ଅଭିଯୁକ୍ତମାନଙ୍କୁ ଗିରଫ କରି ଠିକ୍ ସମୟରେ କୋର୍ଟରେ ହାଜର କରାଇବାରେ ପୁଲିସ୍‌ର ବିଫଳତା ଆଡକୁ ଅଙ୍ଗୁଳି ଉଠିଥାଏ । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ ଜାରି ହୋଇଥିବା ଏନ୍‌ବିଡବ୍ଲ୍ୟୁ ଗୁଡିକ କାର୍ଯ୍ୟକାରୀ ନହେବା ଏହାର ଆଉ ଏକ କାରଣ । ଏପରିକି କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇ ସ୍ଥାନୀୟ ପୁଲିସ୍‌କୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । କିନ୍ତୁ ଏହି ନିର୍ଦ୍ଦେଶନାମା ଗୁଡିକ ପୁଲିସ୍‌ର ନାଲିଫିତା ତଳେ ବନ୍ଧା ହୋଇ ପଡି ରହିଥାଏ । ଏନ୍‌ବିଡବ୍ଲ୍ୟୁ ଜାରି କରିବା କ୍ଷେତ୍ରରେ ପୁଲିସ୍‌ର କୋହଳ ମନୋଭାବର କାରଣକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ଅଭିଯୁକ୍ତ ଜଣକ ପ୍ରଭାବଶାଳୀ ହୋଇଥିଲେ ପୁଲିସ୍ ଗିରଫ କରିବା ପାଇଁ ପଛଘୁଞ୍ଛା ଦେଇଥାଏ । ସେହିପରି କେତେକ କ୍ଷେତ୍ରରେ ଅଭିଯୁକ୍ତମାନେ ପୁଲିସ୍‌କୁ କୌଣସି ଉପାୟରେ ବଶୀଭୂତ କରାଇ ଗିରଫ ହେବାରୁ ମୁକ୍ତି ପାଇଥାଏ । ଏଭଳି ପରିସ୍ଥିତିରେ ମାମଲା ଗୁଡିକର ଫଇସଲାରେ ପ୍ରତିବନ୍ଧକ ସାଜିଥାଏ । ଅଭିଯୋଗକାରୀ ନ୍ୟାୟ ନପାଇ ବାରମ୍ବାର କୋର୍ଟକୁ ଦୌଡି ନୟାନ୍ତ ହେବା ସହ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ।

ଅପରପକ୍ଷରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିବା ଅଭିଯୁକ୍ତ ଗିରଫ ନହେବା ଫଳରେ ଆହୁରି ଅଧିକ ଅପରାଧ ଘଟାଇବାର ମନୋବଳକୁ ମଜବୁତ କରିଥାଏ । ଜିଲା ପୁଲିସ୍ ବିଭାଗର ତଥ୍ୟ ଅନୁଯାୟୀ ବିଗତ ବର୍ଷ ମାନଙ୍କରେ ଏନ୍‌ବିଡବ୍ଲ୍ୟୁ ବକେୟା ସଂଖ୍ୟା ଥିଲା ୨୨୨୨, ୨୦୨୨ ମସିହାରେ ୧୯୯୭ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ୍ ବିହୀନ ପରୱାନା ଜାରି ହୋଇଛି । ବିଗତ ବର୍ଷ ଓ ଗତବର୍ଷ ସଂଖ୍ୟାକୁ ମିଶାଇ ସମୁଦାୟ ୪୨୧୯ ଜଣଙ୍କ ବିରୁଦ୍ଧରେ ଏନ୍‌ବିଡବ୍ଲ୍ୟୁ ପୁଲିସ୍ ଜାରି କରିଛି । ଏହାମଧ୍ୟରୁ ଏସ୍‌ଟି କେଶ୍‌ରେ ୨୦୨ ଜଣ, ଜିଆର କେଶ୍‌ରେ ୩୫୬୮, ଅବକାରୀ ମାମଲାରେ ୯୧ ଜଣ ଓ ମିଶ୍ କେଶ୍‌ରେ ୩୫୮ ଜଣଙ୍କ ବିରୁଦ୍ଧରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି । ୨୦୨ ଏସ୍‌ଟି କେଶ୍ ମଧ୍ୟରୁ ୫୦ ଜଣଙ୍କୁ ୱାରେଣ୍ଟ ଏକ୍‌ଜିକ୍ୟୁଟ କରାଯାଇଛି । ୭୭ ଜଣଙ୍କ ୱାରେଣ୍ଟ ରିକଲଡ୍ ହୋଇ ଫେରିଆସିଛି । ଅବଶିଷ୍ଟ ୭୫ ଜଣଙ୍କ ୱାରେଣ୍ଟ ପେଣ୍ଡିଂ ଅଛି । ସେହିପରି ୩୫୬୮ ଜିଆର କେଶ୍ ମଧ୍ୟରୁ ୩୬୫ ଜଣଙ୍କୁ ୱାରେଣ୍ଟ ଏକ୍‌ଜିକ୍ୟୁଟ କରାଯାଇଛି । ୬୭୪ ଜଣଙ୍କ ୱାରେଣ୍ଟ ରିକଲଡ୍ ହୋଇ ଫେରିଆସିଛି । ଅବଶିଷ୍ଟ ୨୫୨୯ ଜଣଙ୍କ ୱାରେଣ୍ଟ ଜାରି ହୋଇନପାରି ପଡି ରହିଛି । ଅବକାରୀ ମାମଲାରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିବା ୯୧ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ୱାରେଣ୍ଟ ଜାରି କରାଯାଇଛି, ୧୭ ଜଣଙ୍କର ଫେରିଆସିଛି । ୫୯ ଜଣଙ୍କର ଏନ୍‌ବିଡବ୍ଲ୍ୟୁ ଜାରି ନହୋଇ ପଡିରହିଛି । ସେହିପରି ମିଶ୍‌କେଶ୍‌ରେ ଜାରିହୋଇଥିବା ୩୫୮ ଏନ୍‌ବିଡବ୍ଲ୍ୟୁ ମଧ୍ୟରୁ ୧୨୯ ଜଣଙ୍କୁ ୱାରେଣ୍ଟ ଜାରି କରାଯାଇଥିବାବେଳେ ୮୯ ଜଣଙ୍କର ଫେରିଆସିଛି । ୧୪୦ ଜଣଙ୍କ ୱାରେଣ୍ଟ ଜାରି ନହୋଇ ପଡିରହିଛି । ୨୦୨୨ ସୁଦ୍ଧା ସମୁଦାୟ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିବା ୪୨୧୯ ଜଣଙ୍କ ମଧ୍ୟରୁ ୫୫୯ ଜଣଙ୍କ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରିବାକୁ ପୁଲିସ୍ ସକ୍ଷମ ହୋଇଥିବାବେଳେ ୮୫୭ ଜାରି ନହୋଇ ଫେରିଆସିଛି । ୨୮୦୩ ଏନ୍‌ବିଡବ୍ଲ୍ୟୁ ଜାରି ନହୋଇ ଏବେ ପଡିରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.