Home ଓଡ଼ିଶା ସିଙ୍ଗଲ ୱିଣ୍ଡୋ କମିଟି ରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ

ସିଙ୍ଗଲ ୱିଣ୍ଡୋ କମିଟି ରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ

101

ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):

ସିଙ୍ଗିଲ ଓ୍ଵିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫ଟି ସେକ୍ଟରରେ ୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ତେବେ ଦୁଇଟି ପ୍ଲାଷ୍ଟିକ ସେକ୍ଟର, ଫୁଡ ପ୍ରୋସେସିଂ ସେକ୍ଟର, ଗୋଟିଏ ଲଜିଷ୍ଟିକ, ମେଟାଲ ଓ ଟୁରିଜିମ ସେକ୍ଟରର ନିବେଶ ମୋଟ୍‌ ୧୦୩୬.୩୯ କୋଟି ଟଙ୍କା ନିବେଶ ହେବ ।

ଏହାଦ୍ୱାରା ୨୭୭୮ ଜଣ ନିଯୁକ୍ତି ସୁଯୋଗ ପାଇବେ । ଖାସ୍ କଥା ହେଲା ଦୁଇଜଣ ଓଡ଼ିଆ ନିବେଶକାରୀ ନିବେଶ କରିବେ । ସୁପ୍ରିମ ଫାଇବର ପକ୍ଷରୁ ୧୫୧ କୋଟି ଟଙ୍କାରେ ପ୍ରକଳ୍ପ ହେବ ଯେଉଁଥିରେ ୩୨୦ ଜଣ ନିଯୁକ୍ତି ପାଇବେ । ସେହିପରି ଭାଗିରଥି ପ୍ୟାକେଜିଂ ପକ୍ଷରୁ ୬୦.୨୯ କୋଟି ନିବେଶରେ ପ୍ରକଳ୍ପରେ ୫ ଶହ ନିଯୁକ୍ତି ପାଇବେ । ଏହାସହ କେଏଆଇ ମେଟାଲ ସେକ୍ଟର ପକ୍ଷରୁ ସୁନ୍ଦରଗଡର ଲହୁଣୀପଡାରେ ୨୬୪ କୋଟି ନିବେଶରେ ପ୍ରକଳ୍ପରେ ୪୭୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ଇପିକଲ ଚିଫ ଜେନେରାଲ ମ୍ୟାନେଜର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.