Home ଜିଲ୍ଲା ପରିକ୍ରମା ସିଆଇଟିୟୁର ଭଦ୍ରକ ଜିଲା ସମ୍ମିଳନୀ

ସିଆଇଟିୟୁର ଭଦ୍ରକ ଜିଲା ସମ୍ମିଳନୀ

23

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରସ୍ଥିତ ବାଲଗୋପାଲ ସଭାକକ୍ଷ ଠାରେ ସିଆଇଟିୟୁର ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ, ବଡ ବଡ ରାଷ୍ଟ୍ରୀୟ ଉଦ୍ୟୋଗ ଓ ଭୂସଂପଦକୁ ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ଆଦି ଶ୍ରମିକ ବିରୋଧୀ ଯୋଜନାକୁ ଦେଶର ବିଜେପି ସରକାର କାର୍ଯ୍ୟକାରୀ କରୁଛି। ଏଥିସହିତ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ଦ୍ରବ୍ୟ ତଥା ଚୁଡା, ମୁଢି ଗୁଡ ଉପରେ ଜିଏସ୍‌ଟି ଲାଗୁ କରିବା ଦ୍ୱାରା ସାଧାରଣ ଜନତା ଓ କର୍ମଜୀବୀଙ୍କ ଜୀବନ ଦୁର୍ବିସିହ ହୋଇଛି। ଦେଶରେ ବେକାରୀ ହାର ବଢିବାରେ ଲାଗିଛି। ଶ୍ରମଜୀବୀ ମଣିଷର ମଜୁରୀ ବଢୁନାହିଁ କିନ୍ତୁ ଦରଦାମ ବୃଦ୍ଧି ଘଟୁଛି। ଆଶା, ପାଚିକା, ଅଙ୍ଗନୱାଡି ଆଦି ସ୍କିମ୍ ୱାର୍କରଙ୍କ ଦରମା ବଢୁନାହିଁ। ସେହିଭଳି ଭାବରେ ଆମ ରାଜ୍ୟ ଓଡ଼ିଶାରେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ଶ୍ରମିକମାନେ ପାଉନାହାଁନ୍ତି। ରାଜ୍ୟରେ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ୩୨୬ ଟଙ୍କା କିନ୍ତୁ ରାଜ୍ୟର ଅଧିକାଂଶ ଶ୍ରମିକ ଏହି ସର୍ବନିମ୍ନ ମଜୁରୀ ପାଉନାହାଁନ୍ତି। ସେହିଭଳି ଭାବରେ ରାଜ୍ୟର ବେକାରୀ ସମସ୍ୟା ଦେଶର ଦ୍ୱିତୀୟ ସ୍ଥାନରେ ଅଛି। ଏବେ ଦେଶର ଅବସ୍ଥା ଅରାଜକତା ଆଡକୁ ଗତି କରୁଛି। ଅଦାଲତ, ପ୍ରଶାସନ, ଶାସକ ଶ୍ରେଣୀ ଅକ୍ତିଆର କରିବାକୁ ଚେଷ୍ଟା କରୁଛି। ଦେଶର ଏଭଳି ଏକ ଭୟଙ୍କର ପରିସ୍ଥିତିରେ ସିଆଇଟିୟୁର ଓଡ଼ିଶା ରାଜ୍ୟ ସମ୍ମିଳନୀ ପାଇଁ ଆର୍ଥିକ ସାହାଯ୍ୟ କରିବା ପାଇଁ ଅଭ୍ୟର୍ଥନା କମିଟି ନିବେଦନ କରିଛି। ସିଆଇଟିୟୁର ଭଦ୍ରକ ଜିଲା ସମ୍ମିଳନୀରେ ରାଜ୍ୟ ସଂପାଦକ ରମେଶ ଜେନା, ଜିଲା ସଭାପତି ଦିବ୍ୟସିଂହ ନାୟକ, ଜିଲା କମିଟି ସଦସ୍ୟ ରାଧା ଦାସ, ମଳୟ ଭୋଇ, ବିଷ୍ଣୁ ଦାଶ, ମହିଳା ନେତ୍ରୀ ସୁରଜିତା ନାୟକ, କୃଷକ ନେତା ଚନ୍ଦ୍ରଶେଖର ନାୟକ, ଛାତ୍ରନେତା ଷ୍ଟାଲିନ୍ ଲେଙ୍କା, ଶ୍ରମିକ ନେତା କାଳନ୍ଦୀ ପାତ୍ର, ସୀତା ଦାସ, ବାମଦେବ ମିଶ୍ର, କାମିନୀ ଭୋଇ, ସରସ୍ୱତୀ ଦାସ, ଶାନ୍ତି ନାୟକ, ବାସନ୍ତୀ ବେହେରା, ଶ୍ରମିକ ନେତା ନିରଞ୍ଜନ ପାଣି, ଖେତ ମଜଦୁର ନେତା ପ୍ରଫୁଲ୍ଲ ପାଢୀ, ସେକ କାଲୁ, ସେକ୍ କମର, ପ୍ରତାପ ସେଠୀ, କରୁଣାକର ସାହୁ, ରବିନ୍ଦ୍ର ସେଠୀ, ମହେଶ୍ୱର ନାୟକ, ମିନତୀ ମଲ୍ଲିକ, ବାସନ୍ତୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସିଆଇଟିୟୁର ଭଦ୍ରକ ଜିଲା ସମ୍ମିଳନୀକୁ ସଫଳ କରାଇଥିଲେ। ଏଥିସହିତ ସିଆଇଟିୟୁର ୨୧ ଜଣିଆ ଭଦ୍ରକ ଜିଲା କମିଟି ଗଠନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.