Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ବୈଠକରେ ହେତୁବାଦୀଙ୍କ କାର୍ଯ୍ୟକଳାପର ଘୋର ନିନ୍ଦା

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ବୈଠକରେ ହେତୁବାଦୀଙ୍କ କାର୍ଯ୍ୟକଳାପର ଘୋର ନିନ୍ଦା

26

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ପକ୍ଷରୁ ଏକ ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପରିସରରେ ପ୍ରଚାର ସମିତି ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଆବାହକ ସେବକ ଶରତ କୁମାର ସାହୁ ଶ୍ରୀଜଗନ୍ନାଥଙ୍କ ସ୍ତୁତି ପାଠ ସହ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଏଥିରେ ହେତୁବାଦୀମାନେ ସନାତନ ଧର୍ମର ମୌଳିକ ଉତ୍ସ ଶ୍ରୀଜଗନ୍ନାଥଙ୍କୁ ଯେଭଳି ଭାବରେ ହୀନମନ୍ୟତାରେ ଆରୋପ କରିଛନ୍ତି, ତାହା ସନାତନୀୟ ଧର୍ମଧାରାରେ ସାମିଲ ହୋଇଥିବା ସମାଜକୁ ଆଘାତ ଦେଇଛି। ଯାହାକୁ ଉକ୍ତ ବୈଠକରେ ଦୃଢ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଏ ବିଷୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ବୈଠକରେ ମହା ସଂସ୍କୃତି ଜାଗରଣ ଯାତ୍ରାର ଆୟବ୍ୟୟ ଉପସ୍ଥାପନ କରାଯିବା ସହ ଆଗାମୀ ନେତ ଉତ୍ସବକୁ ସମିତିର ସ୍ୱନକ୍ଷତ୍ର ଦିବସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ସମିତିର ସହ ପରିଚାଳକ ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡା, ପଦ୍ମଲୋଚନ ମହାପାତ୍ର, ଶନେଇ ଶିଅଳ, ସହ ଆବାହକ ନାରାୟଣ ଚନ୍ଦ୍ର ପ୍ରଧାନ, କମଳାକାନ୍ତ ମଲ୍ଳିକ, ସୁରେନ୍ଦ୍ର କୁମାର ସାହୁ, ଲକ୍ଷ୍ମୀଧର ଖଟୁଆ, ପ୍ରଶାନ୍ତ କୁମାର ଦେ, ବସନ୍ତ କୁମାର ମିଶ୍ର ପ୍ରମୁଖ ବହୁ ସେବକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.