Home ଜିଲ୍ଲା ପରିକ୍ରମା ସାହାସପୁରାରେ ବିଜେଡ଼ିର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

ସାହାସପୁରାରେ ବିଜେଡ଼ିର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

35

ବାହାନଗା,୧୭ା୧ (ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତର ଓଗାଳପୁର ଠାରେ ବିଜୁଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ପର୍ବ ପାଳିତ ହୋଇ ଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ବିଜୁ ଜନତା ଦଳର ବ୍ଲକ ସଭାପତି ଅଜୟ କୁମାର ପଣ୍ଡା । ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇ ବିୁଜନତା ଦଳର ଯୋଜନା ବାବଦରେ ବକ୍ତବ୍ୟ ଦେଇଥିଲେ । ଅନ୍ୟ ଅତିଥି ଭାବେ ଦଳୀୟ ଜିଲ୍ଲା ଉପ ସଭାପତି ପ୍ରଦୀପ ଜେନା, ପୂର୍ବତନ ଜିଲ୍ଲାପରିସଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାଶ, ମହିଳା ନେତ୍ରୀ ସବିତା ଅଗସ୍ତି, ସାହାସପୁରା ସରପଞ୍ଚମଞ୍ଜୁଲତା ସାହୁ , ସମିତି ସୁଶାନ୍ତ କୁମାର ପଣ୍ଡା, ଯୁବ ନେତା ଅଶ୍ୱନୀ ମହାପାତ୍ର, ନୀଳାମ୍ବର ମହାଳିକ, ଗୋପାଳପୁର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି, ମଲ୍ଲିକ ନସିମୁଦ୍ଦିନ ଅହମ୍ମଦ, ଆରୁହାବାଡ଼ ସରପଞ୍ଚ ଶିଶିର ଅଗସ୍ତି , ଅନନ୍ତ କର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏଥିରେ ପଞ୍ଚାୟତରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ । ମିଶ୍ରଣ ପର୍ବରେ ଅନ୍ୟ ଦଳର ବହୁ କର୍ମୀ ଏଥିରେ ସାମିଲ ହୋଇ ଥିଲେ । ବିଧାୟକ ଓ ଅତିଥି ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଶେଷରେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.