Home ଜିଲ୍ଲା ପରିକ୍ରମା ଏସବିଆଇ ଲାଇଫ ର ବନ୍ଧୁ ମିଳନ ଉତ୍ସବ

ଏସବିଆଇ ଲାଇଫ ର ବନ୍ଧୁ ମିଳନ ଉତ୍ସବ

94

ବାହାନଗା,୧୭ା୧(ଭାରତୀ ଦାସ/ ଓନିଆ ପୁଅ) : ବାଲେଶ୍ୱର ଜିଲ୍ଲା ସେରଗଡ଼ ସ୍ଥିତ ପଣ୍ଡା ପାର୍କରେ ଏସବିଆଇ ଲାଇଫ ବାଲେଶ୍ୱର ଶାଖା ତରଫରୁ ମକର ସଂକ୍ରାନ୍ତି ଓ ନବ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଡିଜାଇନ ମ୍ୟାନେଜର ଶ୍ରୀକାନ୍ତ ନାଥ ଶର୍ମା ଉପସ୍ଥିତ ହୋଇ ୨ଶହ ଲାଇଫ ମିତ୍ରଙ୍କୁ କିଛି ପ୍ରଡକ୍ଟ ବିଷୟରେ ଅବଗତ କରାଇଥିଲେ । ଏଥିରେ ବରିଷ୍ଟ ମ୍ୟାନେଜର ଦିବ୍ୟ ମହାପାତ୍ର, ପ୍ରଶାନ୍ତ ପଣ୍ଡା, ଅଶୋକ ରାଉତ, ଗୌରାଙ୍ଗ ମହାପାତ୍ର, ସନ୍ତେଷ କର, ଧରଣୀ ଧର ବେହେରା, ବିଶ୍ୱ ମହାକୁଡ଼ ଉପସ୍ଥିତ ରହି ନିଜର ମିତ୍ରଙ୍କୁ ନେଇ ବିଭିନ୍ନ ପ୍ରକାର ନାଚ ଗୀତର ଆସରରେ ଖୁସି ମନାଇ ଥିଲେ । ଏହାକୁ ରବିନାରାୟଣ ଦାସ, ଚିତ୍ତ ରଞ୍ଜନ ମହାପାତ୍ର, ହରେକୃଷ୍ଣ ଜେନା ଓ ଶୈଳେନ୍ଦୁ ପ୍ରଧାନ ପ୍ରମୁଖ ଆୟୋଜନ କରିଥିଲେ । ଶେଷରେ ଶ୍ରୀ ନାଥ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.