Home ଜିଲ୍ଲା ପରିକ୍ରମା ସାହସିକତା ପାଇଁ ବଣ୍ଡାଘାଟିର ପୁଲିଂପାର୍ଟି ଙ୍କୁ ଜିଲ୍ଲାପ୍ରଶାସନ ସମ୍ମାନିତ କଲେ । ମାଓଗଡର ଅଭିଜ୍ଞତା...

ସାହସିକତା ପାଇଁ ବଣ୍ଡାଘାଟିର ପୁଲିଂପାର୍ଟି ଙ୍କୁ ଜିଲ୍ଲାପ୍ରଶାସନ ସମ୍ମାନିତ କଲେ । ମାଓଗଡର ଅଭିଜ୍ଞତା ବଖାଣିଲେ ପୁଲିଂପାର୍ଟି

235

ମାଲକାନଗିରି,୩୦ା ୪(ଓଡିଆ ପୁଅ ) ନିଜ ଜୀବନକୁ ପାଣି ଛଡାଇ ଦୀର୍ଘ୧୫କିମି ମାଓପ୍ରବଣ ବଣ୍ଡା ଘାଟି ପାହଡରେ ଚାଲିଚାଲି ଇଭିଏମ ମେସିନକୁ ସୁରକ୍ଷିତ ଭାବେ ଜିଲ୍ଲାସଦର ମହକୁମା ଠାରେ ପହଁଚାଇଥିବା ପୁଲିଂପାର୍ଟି ଓ ଏସଓଜି ଯବାନ ଙ୍କ ସହାସିକତା ପାଇଁ  ସେମାନଙ୍କୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଆଜି ସକାଳେ ସ୍ଥାନୀୟ ଡିଆରଡିଏ ସଭା ଗୃହରେ ଜିଲ୍ଲାପ୍ରଶାସନ ଓ ନିର୍ବାଚନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମ୍ମାନିତ ସଭାରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ବଣ୍ଡାଘାଟିର ୬ଟି ଭୋଟକେନ୍ଦ୍ର ଦାଇତ୍ୱରେ ଯାଇଥିବା ୩୯ଜଣ ପୁଲିଂପାର୍ଟି ଓ ସେକ୍ଟର ଅଫିସରଙ୍କୁ ସେମାନଙ୍କ ସାହସିକତା ପାଇଁ ଉପଢୌକନ ଦେଇ ସମ୍ମାନିତ କରିବାସହିତ ସାର୍ଟିଫିକେଟ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାଂୟତ ର ୬ଟି ବୁଥରେ ସୁଚାରୁଭାବେ ନିର୍ବାଚନ ସାରି ମାଓବାଦୀଙ୍କ ଆକ୍ରମଣର ଭୟସ୍ୱତ୍ୟେ ୧୫କିମି ଜଙ୍ଗଲ ପାହଡ ଘାଟିରାସ୍ତାରେ ଚାଲି ଚାଲି ଆସିଥିବା ପୁଲିଂପାର୍ଟି ମାନେ ସେମାନଙ୍କ ୧୧ତାରିଖ ନିର୍ବାଚନର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରେ ସମ୍ମାନିତ ଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଅତିରିକ୍ତ ଏସପି ଉଦ୍ଧବଚରଣ ନାୟକ,ପିଏ ଆଇଟିଡିଏ ରାମକ୍ରୀଷ୍ଣଗଣ୍ଡ,ନିର୍ବାଚନ ଅଧିକାରୀ ସହକାରି ଜିଲ୍ଲାପାଳ ରାମକୃଷ୍ଣ ନାୟକ,ଜରୁରୀ କାଳିନ ଅଧିକାରୀ ପ୍ରମୋଦ କୁମାର ବେହେରା,ସହକାରି ଜିଲ୍ଲାପାଳ କପିଳେଶ୍ୱ ତାଣ୍ଡି.ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ମାନିତ ହୋଇଥିବା ପୁଲିଂପାର୍ଟିଙ୍କ ସାହସିକତାକୁ ଧନ୍ୟବାଦ ଜଣାଇଥିଲେ । ଗତ୧୧ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମାଓଗଡ ଭାବେ ଚିରପରିଚିତ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟିପଚାଂୟତ ପାଇଁ ମୁଦୁଲିପଡା ହାଇସ୍କୁଲ ଠାରେ  ୬ଟି ଭୋଟକେନ୍ଦ୍ର କରାଯାଇଥିଲା । ୩୯ଜଣ ପୁଲିଂପାର୍ଟିଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବଲେରୋ ଗାଡିରେ ମୁଦୁଲିପଡା ଠାରେ ୧୦ତାରିଖ ରାତ୍ର ୨ଟା ଛାଡିଦିଆ ଯାଇଥିଲା । ପୁଲିଂପାର୍ଟିଙ୍କ ଉଦ୍ୟମରେ ମାଓବାଦୀଙ୍କ ନିର୍ବାଚନ ବର୍ଜନର ଡାକରା ସ୍ୱତ୍ୟେ ଦୁର୍ଗମ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାଂୟତର ୬ଟି ବୁଥରେ ଗତ୨୦୧୪ ନିର୍ବାଚନ ଅପେକ୍ଷା ଅଧିକ ମତଦାନ ହୋଇଥିଲା ।  ଦୀର୍ଘ୧୦କିମି ଦୂର ଅଣ୍ଡ୍ରାହାଲ ପଚାଂୟତରୁ ଆଗ୍ରହ ସହକାରେ ଚାଲି ଚାଲି ଆସି ବଣ୍ଡା ପୁରୁଷ ଓ ମହିଳା ମାନେ ମୁଦୁଲିପଡା ଭୋଟ କେନ୍ଦ୍ର ରେ ନିଜ ନିଜର ମତଦାନ ଦେଇଥିଲେ । ବିଶେଷକରି ବଣ୍ଡା ଘାଟିରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟାଅଧିକ ଥିଲା । ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତର ମୋଟ ଭୋଟର ୪୭୯୪ଜଣଙ୍କ ମଧ୍ୟରୁ ପୁରଷ ଭୋଟର ୨୦୩୬ଜଣ ଓ ମହିଳା ଭୋଟର ୨୭୫୯ଜଣ ଙ୍କ ମଧ୍ୟରୁ ୨୦୯୪ଜଣ ଭୋଟଦେଇଥିଲେ । ଦୁର୍ଗମ ବଣ୍ଡା ଘାଟିରେ ମୋଟ ୪୩.୬୭ପ୍ରତିଶତ ମତଦାନ ହୋଇଥିଲା । ବଣ୍ଡା ଘାଟିରେ ସଫଳାତାର ସହିତ ମତଦାନ ସରିଥିବାରୁ ପୁଲିଂପାର୍ଟି ମାନେ ବହୁତ ଖୁସି ହୋଇ ଯାଇ ଦିନ ୪ଟା ପରେ ଇଭିଏମ ମେସିନ ସିଲକରି ମାଲକାନଗିରି ଅଭିମୁଖେ ବାହାରି ପଡିଥିଲେ । ଠିକ ସେହି ସମୟରେ କିଛି ଯବାନ ସେମାନଙ୍କୁ ଅଟକାଇ ପୁଲିସ ବୁଟ ପିନ୍ଧିବାକୁ ଦେଇଥିଲେ । କାହିଁକି ଆମକୁ ବୁଟ ପିନ୍ଧିବାକୁ ଦେଉଛ ବୋଲି ପୁଲିଂପାର୍ଟି ମାନେ ପଚାରିବାରୁ ସେମାନେ କହିଥିଲେ ମୁଖ୍ୟରାସ୍ତାରେ ଗାଡି ରେ ଗଲେ ରାସ୍ତା ରେ ଲ୍ୟଣ୍ଡାମାଇନ ବିସ୍ପୋରଣ ଓ ମାଓବାଦୀମାନଙ୍କ ଆକ୍ରମଣର ଆଶଙ୍କା ରହିଛି ତେଣୁ ଆମକୁ ପାଦଚଲା ରାସ୍ତାରେ ଚାଲି ଚାଲି ଯିବାକୁ ପଡିବ । ମାଓବାଦୀ ମାନଙ୍କ କଥା ଶୁଣି ପୁଲିଂପାର୍ଟି ମାନେ ପ୍ରଥମେ ଭୟଭିତ ହୋଇପଡିଥିଲେ । ସେମାନଙ୍କ ଭୟ ଦେଖି ଏସଓଜି ଯବାନ ମାନେ ସାହସ ଦେଇ କହିଥିଲେ ଆମେ ଆପଣମାନଙ୍କୁ ସୁରକ୍ଷା ଯୋଗାଇ ପାହଡ ତଳ ଖଇରପୁଟ ଠାରେ ପହଁଚାଇ ଦେବୁ କିଛି ଡରିବାର ନାହିଁ । ତାପରେ ଆରମ୍ଭ ହେଲା ପାହଡ ଚଢା , ମନର ରେ ଭୟ ଏପଟେ ଜୀବନ ବଚାଂଇ ଇଭିଏମ କୁ ସୁରକ୍ଷିତ ଭାବେ ପହଁଚାଇବା ଚିନ୍ତା, ପାଦେ ପାଦେ ଥିଲା ବିପଦ,ସୂର୍ଯ୍ୟଦେବାତା ବଣ୍ଡାପାହଡରେ ଲୁଚିଗଲେ ଚାହୁଁ ଚାହୁଁ ଅନ୍ଧାର ମାଡିଆସିଲା,ଘଚଂ ଜଙ୍ଗଲ ପଥୁରିଆ ରାସ୍ତା ପାଦ ଖସିଗଲେ ୩ହଜାର ଫୁଟ ତଳକୁ ପଡି ଯିବାର ଭୟ,ତୁହା ତୁହା ବର୍ଷା ସାଙ୍ଗକୁ କିଟି ମିଟି ଅନ୍ଧାର,ଆଗରେ ପଛରେ ବନ୍ଧୁକ ଧାରି ଏସଓଜି ଯବାନଙ୍କ ସୁରକ୍ଷା ବଳୟରେ ଇଭିଏମ,ଭିଭିପାଟ ମେସନ ଧରି ଚାଲିଥାନ୍ତି ପୁଲିଂପାର୍ଟି ।

ଚାଲିବା ସମୟରେ ତିନିଜଣ ବୟସ୍କବ୍ୟକ୍ତି ପଡିଯାଇ ଖଣ୍ଡିଆ ଖାବରା ହୋଇଥିଲେ ।ପ୍ରବଳ ବର୍ଷା ହେବାରୁ ଚାଲି ନପାରି ପାହଡ ଉପରେ ଯବାନ ମାନଙ୍କ ତେରପାଲରେ ଟେଟଂ ମାରି ରାତ୍ର ଯାପନ କଲେ ପୁଲିଂପାର୍ଟି । ପୁଲିଂପାର୍ଟିଙ୍କ ପେଟରେ ଅନେକ ଭୋକ ମାଓବାଦୀଙ୍କ ଭୟ ସାଙ୍ଗକୁ ମହୁଁରେ ଲାଜ ଦେଖି ଏସଓଜି ଯବାନ ମାନେ ନିଜ ନିକଟରେ ଥିବା କିଛି ପାଉଁରୋଟି ଖାଇବାକୁ ଦେଇଥିଲେ । ଅଳ୍ପକିଛି ଖାଇ ସମସ୍ତେ ପାଲଘୋଡାଇ ରାତିପାହିବାକୁ ଅପେକ୍ଷାକରିଥିଲେ । ବର୍ଷା ଛାଡିଗଲାପରେ ଭୋର ୪ଟାରୁ ପୁଣି ଚାଲିଥିଲେ, ସମୁଦ୍ରପତନଠାରୁ ୩ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିର ପାହଡ ପଥୁରିଆ ଘାଟିରାସ୍ତାରେ ଦୀର୍ଘ୧୫କିମି ଚାଲି ଚାଲିସେମାନେ ପାହଡତଳ ଖଇରପୁଟ ବ୍ଲକରେ ୧୨ତାରିଖ ସକାଳେ ପହଁଚିବା ପରେ ସେଠାରୁ  ଗାଡି ଯୋଗେ ସେମାନଙ୍କୁ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଇଭିଏମ ସଂରକ୍ଷଣ ଷ୍ଟ୍ରଙ୍ଗରୁମକୁ ଅଣାଯାଇଥିଲା । ଏସଓଜି ଯବାନମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପୁଲିଂପାର୍ଟି ଉପରେ ମାଓବାଦୀଙ୍କ ବଡ ଧରଣର ହାମଲା ରୁ ରକ୍ଷାମିଳି ଯାଇଥିଲା ବୋଲି ଏହି ସମ୍ମାନିତ ସଭାରେ ପୁଲିଂପାର୍ଟି ର ପ୍ରିଜାଡିଂଅଫିସର ଓ ସେକ୍ଟର ଅଫିସର ମାନେ ନିଜ ଅଭିଜ୍ଞତା ସଂପର୍କରେ କହିଥିଲେ । ମୁଦୁଲିପଡା ଠାରେ ୬ଟି ବୁଥରେ ସଫଳତାର ସହିତ ଭୋଟ ସମ୍ପନ କରି ମାଓବାଦୀଙ୍କ ଆକ୍ରମଣର ଭୟକୁ ଖାତିର ନକରି ମାଓଗଡର ଦୁର୍ଗମ ପାହଡ ଉପରେ ବର୍ଷାରେ ରାତ୍ର ଯାପନ କରି ଦୀର୍ଘ୧୫କିମି ପାହଡରେ ଜଙ୍ଗଲରେ ଚାଲିଚିଲି ଇଭିଏମ ମେସିନକୁ ସୁରକ୍ଷିତ ଭାବେ ମାଲକାନଗିରି ଷ୍ଟ୍ରଙ୍ଗରୁମରେ ପହଁଚାଇଥିବା ପୁଲିଂପାର୍ଟି ,ଏସଓଜି ଯବାନ ମାନଙ୍କୁ  ଜିଲ୍ଲାନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସମ୍ମାନଜଣାଇ ସେମାନଙ୍କ ସାହସିକତାକୁ ପ୍ରଶସାଂକରି ଏହା ଜିଲ୍ଲାର ଅନ୍ୟାନ ଅଧିକାରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି  କହିଥିଲେ । । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାନିର୍ବାଚନ ବିଭାଗର ଶ୍ରୀନିବାସ ପଟନାୟକ ଓ ଅନ୍ୟାନ କର୍ମଚାରି ମାନେ ପରିଚାଳନାକରିଥିଲେ ,

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.