Home ଓଡ଼ିଶା ସାମୁଦ୍ରିକ ଝଡ ଫନୀର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ସାମୁଦ୍ରିକ ଝଡ ଫନୀର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

1357

ମାଲକାନଗିରି, ୩୦ା୪(ଓଡିଆ ପୁଅ ) ଭୟଙ୍କର ରୂପନେଇ ଓଡିଶା ଉପକୂଳ ମୁହାଁଇଛି ସାମୁଦ୍ରିକ ଝଡ ଫନୀ, ଆସନ୍ତା ୧ତାରିଖରୁ ୩ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ପଡିବାର ସମ୍ଭାବନାକୁ ଆଖିଆଗରେ ରଖି ଆଜି ସମସ୍ତବିଭାଗର ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୌଠକ ଅନୁଷ୍ଟିତ ହୋଇ ଯାଇଛି। ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସାମୁଦ୍ରିକ ଝଡ ଫନୀର ସମ୍ଭାବ୍ୟ ବାତ୍ୟା କୁ କିପରି ମୁକାବିଲା କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକାରୀ ମାନେ ଆଲର୍ଟ ରହିବେ, ଫନୀ ସାମୁଦ୍ରିକ ଝଡର ମୁକାବିଲା କରା ଯିବ ସେନେଇ ଜିଲ୍ଲା ସଦରମହକୁମା ସହ ସାତଟି ଯାକ ବ୍ଲକ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ଗଠନ ହେବା ସହିତ, ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସୁରକ୍ଷିତ ସ୍ଥାନରେ ଯଥାଶିଘ୍ର ରିଲିଫ ପାଇଁ ଚୁଡା, ଡାଉଳ, ଗୁଡ ଗଛିତ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହା ଯାଇଥିଲା। ଜିଲ୍ଲାରେ ଝଡବାତ୍ୟା ଓ ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମ ବାସୀ ଆକ୍ରାନ୍ତ ହୋଇଥାନ୍ତି। ଏହାର ପ୍ରତିକାର ପାଇଁ ବିଭିନ୍ନ ଅଙ୍ଗନୱାର୍ଡି କେନ୍ଦ୍ର ଏଏନଏମ ସେଣ୍ଟର, ସ୍କୁଲ ଗୁଡିକରରେ ଔଷଧ ସାଲାଇନ ଗଛିତ ରଖି, ସ୍ୱାସ୍ଥ୍ୟକର୍ମୀମାନେ ସଜାଗ ହେବା ପାଇଁ ସିଡିଏମଓଙ୍କୁ ପରାମର୍ଶ ଦିଆ ଯାଇଛି। ବିଡିଓ ତହସିଲଦାରମାନଙ୍କୁ ବନ୍ୟାଞ୍ଚଳ ଚିହ୍ନଟ କରି ସେଠାରେ ଡଙ୍ଗା, ମଟୋରବୋଟ, ଲାଇଫ ଜାକେଟ, ତାରପଲିନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପାଳ କହିଥିଲେ। ବଣ୍ଡାଘାଟିର ମୁଦୁଲିପଡା, ଅଣ୍ଡ୍ରାହଲ ଚିତ୍ରକୋଣ୍ଡା ସ୍ୱାଭିମାନ ପାହାଡିଆ ଅଞ୍ଚଳପ୍ରତି ଅଧିକ ଗୁରୁତ୍ୱଦିଆ ଯିବ। ବର୍ଷା ଯୋଗୁଁ ସେ ଅଞ୍ଚଳରେ ମାଟି ଅତଡା ଓ ପଥର ଖସିଥାଏ, ତେଣୁ ଖଇରପୁଟ ଠାରୁ ବଣ୍ଡାଘାଟି ରାସ୍ତାଟିକୁ ଭଲଭାବରେ ମରାମତିକରିବା ପାଇଁ ଆରଡି ବିଭାଗ ଯନ୍ତ୍ରୀଙ୍କୁ କୁହା ଯାଇଥିଲା। ଜିଲ୍ଲାରେ ମାଥିଲି ବ୍ଲକରେ ୫ଟି ସ୍ଥାନ, କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ, କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ, ପଡିଆବ୍ଲକର ୧୪ଟି ସ୍ଥାନରେ, ମାଲକାନଗିରି ବ୍ଲକ ୩ଟି ସ୍ଥାନରେ, କାଲିମେଳା ବ୍ଲକର ୫ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟ କରା
ଯାଇଛି। ଏହି ସବୁ ଗ୍ରାମବାସୀଙ୍କୁ ଝଡବାତ୍ୟା ଓ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ଗତ ବର୍ଷ ୧୭ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳି ଖୋଲା ଯାଇଥିଲା। ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଅଧିକ ଆଶ୍ରୟସ୍ଥଳି ଦରକାରପଡିଲେ ଖୋଲାଯିବ ବୋଲି ବୈଠକରେ ସ୍ଥିର କରା ଯାଇଥିଲା। ଆଶ୍ରୟସ୍ଥଳର ଲୋକଙ୍କ ପାଇଁ ଖାଇବା, ପିଇବାପାଣି, ବିଦ୍ୟୁତ ଆଲୁଅ ବ୍ୟବସ୍ଥା କରାଯିବ, ଏହା ବ୍ୟତିତ ଅଗ୍ନିଶମବିଭାଗ, ଓଡିଆରଏଫଟିମ ସଜାଗ ରହିବେ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସହ ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଠାରେ ୨୪ଘଟିଂଆ କଟ୍ରୋଲ ରୁମ ଖୋଲା ଯାଇ ଝଡବାତ୍ୟା ସଂପର୍କରେ ସୂଚନା ସଂଗ୍ରହ କରାଯିବ। ମାଲାକନଗିରି ଜିଲ୍ଲାରେ ଝଡବାତ୍ୟାରେ ଯେପରି କୌଣସି ଗ୍ରାମବାସୀ କିମ୍ବା ଗାଈ ଗୋରୁ ଙ୍କର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶସନ ସଜାଗ ରହିବ ବୋଲି ସମସ୍ଥ ଅଧିକରି ମାନଙ୍କୁ ସଜାଗ କରିଦିଆ ଯାଇଥିଲା।ବିଶେଷ କରି ବିଡିଓ, ତହସିଲଦାର, ବନବିଭାଗ, ପୁଲିସ, ସୋଥକୋ, ବିଦ୍ୟୁତ ବିଭାଗ, ଖାଦ୍ୟଯୋଗାଣ ବିଭାଗ, ସ୍ୱାସ୍ଥ୍ୟବିଭାଗ, ଆରଡି ବିଭାଗ, ପୁର୍ତଗୃହନିର୍ମାଣ ବିଭାଗ, ଅଗ୍ନିଶମବିଭାଗ, ଶିଶୁ ମହିଳା ବିଭାଗ, ମାଲକାନଗିରି ଓ ବାଲିମେଳା ନିର୍ବାହୀ ଅଧିକାରୀଙ୍କ ସହିତ ଅନ୍ୟାନ‌୍ୟ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ଏହି ସାମୁଦ୍ରିକ ଝଡ ଫନୀ ପାଇଁ ପ୍ରସ୍ତୁତ ରହି ବିଭିନ୍ନ ଞ୍ଚଳ ଗସ୍ତକରି ତଥ୍ୟ ସଂଗ୍ରହ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୌଠକରେ ଅନ୍ୟାନ‌୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ସହକାରି ଏସପି ଉଦ୍ଧବଚରଣ ନାୟକ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ପିଏ ଆଇଟିଡିଏ ରାମକ୍ରୀଷ୍ଣାଗଣ୍ଡ, ଜିଲ୍ଲା ଯୋଗଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ଜରୁରୀ କାଳୀନ ଅଧିକାରୀ ପ୍ରମୋଦ କୁମାର ବେହେରା, ସହକାରି ଜିଲ୍ଲାପାଳ କପିଳେଶ୍ୱ ତାଣ୍ଡ.ସହକାରି ଜିଲ୍ଲାପାଳ ରାମକୃଷ୍ଣ ନାୟକ, ଜିଲ୍ଲାଜଳ ଓ ପରିମଳ ନିର୍ବାହି ଯନ୍ତ୍ରୀ ଇଂ ବସନ୍ତକୁମାର ରାଉତ, ଶ୍ରମ ଅଧିକାରୀ ମଦନମୋହାନ ପାଇକଙ୍କ ସହିତ ମାଲାକନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଗୁମ୍ମା, ଖଇରପୁଟ, ମାଥିଲି, ସାତଟି ଯାକବ୍ଲକ ର ବିଡିଓ, ତହସିଲଦାର ଙ୍କ ସହିତ ଅନ୍ୟାନ‌‌୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.