Home ଓଡ଼ିଶା ଘୂର୍ଣ୍ଣିଝଡ ଫୋନିକୁ ସାମ୍ନା କରିବା ପାଇଁ ସମସ୍ତେ ଦାୟିତ୍ୱ ନିଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

ଘୂର୍ଣ୍ଣିଝଡ ଫୋନିକୁ ସାମ୍ନା କରିବା ପାଇଁ ସମସ୍ତେ ଦାୟିତ୍ୱ ନିଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

2238

ସାମାଜିକ ଗଣମାଧ୍ୟମରେ ଆହ୍ୱାନ

– କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ୱୟଂସେବୀ ସଂଗଠନ, ଯୁବସାଥୀ ବିଶେଷ କରି ସମାଜର ଦାୟିତ୍ୱ ସମ୍ପନ୍ନ ନାଗରିକମାନେ ଏହାକୁ ସାମ୍ନା କରିବାର ଦାୟିତ୍ୱ ନିଅନ୍ତୁ
– ଅତୀତରେ ମଧ୍ୟ ଏଭଳି ଘଟଣା ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡିଆ ଲୋକମାନେ ସାମ୍ନା କରିଛନ୍ତି
– ସମୁଦ୍ର ଉପକୂଳରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ପକ୍କା ସ୍ଥାନକୁ ଯିବାକୁ ଅନୁରୋଧ
– ଗତକାଲି କେନ୍ଦ୍ର କ୍ୟାବିନେଟ ସଚିବ ପିକେ ସିହ୍ନା, ଏନଡିଆର୍ଏଫର ମୁଖ୍ୟ କେ.କେ. ସିହ୍ନା ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଆବଶ୍ୟକିୟ ମୁକାବିଲା ଓ ପ୍ରସ୍ତୁତି ନେଇ କରିଥିଲେ ଆଲୋଚନା
– ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
– ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବକୁ ସମ୍ଭାବ୍ୟ ବାତ୍ୟାର ସଚେତନ କରାଇ ଏହାର ଦାୟିତ୍ୱ ନେବାକୁ ଜନସାଧାରଣଙ୍କୁ ଅନୁରୋଧ

ଭୁବନେଶ୍ୱର, ଅପ୍ରେଲ ୩୦ (ଓଡ଼ିଆ ପୁଅ) – ସାମୁଦ୍ରିକ ଝଡ ଫୋନିର ଓଡିଶା ଉପରେ ସମ୍ଭାବ୍ୟ ପ୍ରଭାବ ନେଇ ଓଡିଶାର ଜନସାଧାରଣଙ୍କୁ ଧୌର୍ଯ୍ୟର ସହ ଦାୟିତ୍ୱ ନେବା ତଥା ସାମ୍ନା କରିବାକୁ ସାମାଜିକ ଗଣମାଧ୍ୟମରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ୱଂୟସେବୀ ସଂଗଠନ ଓ ଯୁବସାଥୀ ବିଶେଷ କରି ସମାଜର ଦାୟିତ୍ୱ ସମ୍ପନ୍ନ ନାଗରିକମାନେ ଏହି ବିପଦକୁ ସାମ୍ନା କରିବା ପାଇଁ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା ଘନିଭୂତ ହୋଇ ଓଡିଶା ମୁହାଁ ହୋଇଥିବା ପାଣିପାଗ ବିଭାଗ ଓ ଗଣମାଧ୍ୟମରୁ ଜଣାପଡିଛି। ବିଶେଷତଃ ପୁରୀ ଓ ଗଞ୍ଜାମ ଜିଲ୍ଲାର ଅଂଚଳକୁ ଦୁଇରୁ ତିନି ଦିନ ମଧ୍ୟରେ ଏହି ଝଡ ପ୍ରବେଶ କରିବାର ସମ୍ଭାବନା ଦେଖାଯାଇଥିବା ବେଳେ ବାତ୍ୟା ସମୟରେ ୧୦୦ ରୁ ୧୯୦ କିମି ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ସମୁଦ୍ର ଉପକୂଳରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ପକ୍କା ସ୍ଥାନକୁ ଯିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିବା ସହ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସାମାଜିକ ଦାୟିତ୍ୱ ସମସ୍ତଙ୍କ ଉପରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଅତୀତରେ ମଧ୍ୟ ଏଭଳି ଘଟଣା ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡିଆ ଲୋକମାନେ ସାମ୍ନା କରିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି କେନ୍ଦ୍ର କ୍ୟାବିନେଟ ସଚିବ ପିକେ ସିହ୍ନା, ଏନଡିଆର୍ଏଫର ମୁଖ୍ୟ କେ.କେ. ସିହ୍ନା ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଆବଶ୍ୟକିୟ ମୁକାବିଲା ଓ ପ୍ରସ୍ତୁତି ନେଇ ସେ ଆଲୋଚନା କରିଥିଲେ। ଆଲୋଚନା ବେଳେ କ୍ୟାବିନେଟ ସଚିବ ଶ୍ରୀ ସିହ୍ନା ଓଡିଶାର ରାଜ୍ୟ ଅଧିକାରୀମାନଙ୍କ ସହ ମୁଖ୍ୟ ଶାସନ ସଚିବ ତଥା ଏଠାକାର ନୈସର୍ଗିକ ବିପତିକୁ ବୁଝୁଥିବା ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଗତକାଲି କେନ୍ଦ୍ର ସରକାରଙ୍କ ସହଯୋଗ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଥିବା ପ୍ରକାଶ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ନେଇ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ କ୍ୟାବିନେଟ୍ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଓଡିଶା ଗୋଟିଏ ଉପକୂଳ ଅଂଚଳ ହୋଇଥିବାରୁ ଏ ପ୍ରକାର ଜଳବାୟୁ ପରିବର୍ତ୍ତନର କୋପ ଲୋକଙ୍କୁ ସାମ୍ନା କରିବା ପାଇଁ ପଡୁଛି। ଏହି ବାତ୍ୟାର ମୁକାବିଲା ପାଇଁ କେବଳ ଗୋଟିଏ କିମ୍ବା ଦୁଇଟି ସ୍ଟେକ୍ ହୋଲ୍ଡର କାମ କଲେ ହେବ ନାହିଁ ବରଂ ସମସ୍ତେ ମିଶି ଏଥିପାଇଁ କାମ କରିବା ପାଇଁ ପଡିବ ଓ ଏହି ବିପଦ ସମୟରେ ମହାପ୍ରଭୁ ଜଗନ୍ନାଥ ସାଙ୍ଗରେ ରହିବେ ବୋଲି ଦୃଢ ବିଶ୍ୱାସ ରହିଛି। ସମସ୍ତେ ମିଶି ସାମ୍ନା କରପାରିଲେ ଏହି ବିପଦ ଟଳିପାରିବ। ଏତଦବ୍ୟତିତ ଓଡିଶାର ଜନସାଧାରଣଙ୍କୁ ନିଜ ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବକୁ ଏହି ସମ୍ଭାବ୍ୟ ବାତ୍ୟାର ସଚେତନ କରାଇ ଏହାର ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

 

https://twitter.com/odiapuanews/status/1123227782111039488

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.