Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

20

ପୁରୀ ୩-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବଲଗଣ୍ଡି ରାୟ ବାହାଦୁର ଲେନ୍ ର ସ୍ବର୍ଗତ ପଦ୍ମନାଭ ଦାଶଙ୍କ ଧର୍ମପତ୍ନୀ ରମାମଣି ଦାଶଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଅବସ୍ଥାରେ ଶଯ୍ୟାଶାୟୀ ଥିଲେ। ମଙ୍ଗଳ ବାର ଅପରାହ୍ନ ଗୋଟାଏ ତିରିଶ ମିନିଟ୍ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁ ବେଳକୁ ତାଂକ ନିକଟରେ ତିନି ପୁତ୍ର, ପୁତ୍ରବଧୂ, ଝିଅ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବାସଗୃହକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ସବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ରମାମଣୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଜଣେ ଧର୍ମ ପରାୟଣ ତଥା ପରୋପକାରି ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ। ଏକ ଶୋକାକୁଳ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀରକୁ ସ୍ଵର୍ଗଦ୍ଵାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ପତିତପାବନ ଦାଶ ମୁଖାଗ୍ନି ଦେଇଥିଲେ। ମଧ୍ୟମ ପୁତ୍ର ସତ୍ୟ ନିରଞ୍ଜନ ଦାଶ, କନିଷ୍ଠପୁତ୍ର ତଥା ସମାଜର ସାମ୍ବାଦିକ ସତ୍ୟ ରଞ୍ଜନ ଦାଶ ପ୍ରମୁଖ ସ୍ଵର୍ଗଦ୍ଵାରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.