Home ଓଡ଼ିଶା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

42

ପୁରୀ ୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଅହେତୁକ ଦରବୃଦ୍ଧି ଓ ଚୁଡା, ମୁଢ଼ି, ଗୁଡ, କ୍ଷୀର, ପରି ଖାଦ୍ୟ ପଦାର୍ଥ ଉପରେ GST ଲାଗୁ ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ କର୍ମୀମାନେ ଟାଉନ ହଲ ଛକରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରିଥିଲେ। କାର୍ଯ୍ୟକ୍ରମରେ ମହିଳା, ଯୁବ, ଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ମୋଦି ସରକାର ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଲୋକଲୋଚନରୁ ହଟାଇବା ପାଇଁ ଯେଭଳି ଇଡିର ଦୁରୁପଯୋଗ କରାଯାଉଛି କଂଗ୍ରେସ ବିରୋଧ କରିଥିବା ବେଳେ ଦରଦାମ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବ ବୋଲୀ ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.