Home ଓଡ଼ିଶା ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ଆଜି ରାତି ୧୦ ଘଟିକା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି...

ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ଆଜି ରାତି ୧୦ ଘଟିକା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ

934

ଭୁବନେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାତ୍ୟା ‘ବୁଲ୍‌ବୁଲ୍‌’ ବର୍ତ୍ତମାନ ପାରଦୀପ ଠାରୁ ପାଖାପାଖି ୯୫ କି.ମି. ଦୂରରେ ଅବସ୍ଥାପିତ ଅଛି। ଏହା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଗତି କରୁଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରେକର୍ଡ କରାଯାଇଛି। ରାଜନଗରରେ ସର୍ବାଧିକ ୧୮୦ ମିଲିମିଟର, ପାରାଦୀପରେ ୧୫୩ ମି.ମି., ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୧୫୦ ମି.ମି., କେନ୍ଦ୍ରାପଡ଼ାରେ ୧୩୬ ମି.ମି. ଓ ତିର୍ତ୍ତୋଲରେ ୧୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ’‘ବର୍ଷା ହେବା ଫଳରେ କିଛି ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି। ପାରାଦୀପ ଓ ଏହାର ନିକଟବର୍ତ୍ତୀ ସମୁଦ୍ରକୂଳିଆ ଅଞ୍ଚଳ, ରାଜନଗର, ରାଜକନିକା, ମହାକାଳପଡ଼ା, ଭଦ୍ରକର ବାସୁଦେବପୁର, ଚାନ୍ଦବାଲି ଓ ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଗଛ ଉପୁଡ଼ି ଯାଇଛି। ତେବେ ଯେଉଁ ସ୍ଥାନରେ ବର୍ଷା ଓ ପବନ କମି ଯାଇଛି, ସେହି ସବୁ ସ୍ଥାନରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍ ଟିମ୍ ଓ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଗଛ କଟା ଆରମ୍ଭ ହୋଇଛି’ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.