Home ଓଡ଼ିଶା  ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ସକାଳୁ ଅତିକ୍ରମ କରୁଛି;ପାରାଦୀପ ଠାରୁ ୧୧୦ କିଲୋମିଟର୍ ଦୂର ବଙ୍ଗୋପସାଗର ମଧ୍ୟରେ...

 ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ସକାଳୁ ଅତିକ୍ରମ କରୁଛି;ପାରାଦୀପ ଠାରୁ ୧୧୦ କିଲୋମିଟର୍ ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି

1636

ଭୁବନେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ରର ସୁଚନା ଅନୁଯାୟୀ  ବର୍ତ୍ତମାନସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ସୀମା ଅତିକ୍ରମ କରିବାକୁ ଆଉ 5 ରୁ 6ଘଣ୍ଟା ଲାଗିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି। ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’  ବର୍ତ୍ତମାନ ଘଣ୍ଟା ପ୍ରତି ୬ କିଲୋମିଟର ବାତ୍ୟାର ବେଗ ରହିଛି । ଗତକାଲିରୁ ହିସାବ କଲେ ବାତ୍ୟାର ଗତି ୨୧ କିଲୋମିଟର କମିଛି। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ବାତ୍ୟା ଓ ବର୍ଷାଜନିତ ବିପଦ ଟଳିଛି। ୧୦୦୦ ଲୋକ ବିଳମ୍ବିତ ରାତ୍ରୀରେ ବାତ୍ୟା ଆଶ୍ରୟସ୍ଥଳକୁ ଆସିଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରୁଥିବା ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପ ଠାରୁ ୧୧୦ କିଲୋମିଟର୍ ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ରରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.