Home ଓଡ଼ିଶା ସାମୁଦ୍ରିକ ଝଡ଼ ଫନୀ: ପ୍ରସ୍ତୁତି ପଦକ୍ଷେପର ସମୀକ୍ଷା ଲାଗି କ୍ୟାବିନେଟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ସାମୁଦ୍ରିକ ଝଡ଼ ଫନୀ: ପ୍ରସ୍ତୁତି ପଦକ୍ଷେପର ସମୀକ୍ଷା ଲାଗି କ୍ୟାବିନେଟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

1158

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ସୋମବାରଦିନ ସକାଳ ସୁଦ୍ଧା ସାମୁଦ୍ରିକ ଝଡ଼ ଫନୀ ଚେନ୍ନାଇଠାରୁ ୮୮୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ସ୍ଥିର ରହିଛି। ଏପ୍ରିଲ ୩୦ ସୁଦ୍ଧା ଏହା ଘନୀଭୂତ ହୋଇ ଏକ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଆଶା କରାଯାଉଛି। ଏହି ଝଡ଼ ଉତର-ପଶ୍ଚିମ ଦିଗରେ ଗତି କରିବା ଜାରି ରହିବ ଏବଂ ମେ ୧ ସୁଦ୍ଧା ଏହାର ଗତି ବଦଳାଇ ଉତର-ପୂର୍ବ ମୋଡ ନେବ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଏହି ଝଡ଼ ସ୍ଥଳ ଭାଗ ଛୁଇଁବ ନାହିଁ। ତେବେ ଏହା ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ ନା ନାହିଁ ସେ ନେଇ ସତର୍କ ଦୃଷ୍ଟି ରଖାଯାଇଛି।

ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏହାର ଆକଳନ ପାଇଁ ସମସ୍ତ ସମ୍ପୃକ୍ତ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡିକ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି (ଏନସିଏମସି)ର ବୈଠକ ଆଗତ କରିବା ପାଇଁ କ୍ୟାବିନେଟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନଡିଆରଏଫ ଓ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ କରାଯାଇଛି ଏବଂ ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଏବଂ ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ଫେରିଆସିବା ପାଇଁ ଏପ୍ରିଲ ୨୫ ତାରିଖ ଠାରୁ ନିୟମିତ ଭାବେ ସତର୍କ ସୂଚନା ପ୍ରଦାନ କରାଯାଉଛି। ସମସ୍ତ ସମ୍ପୃକ୍ତ ରାଜ୍ୟମାନଙ୍କୁ ଆଇଏମଡି ୩ ଘଂଟିଆ ବୁଲେଟିନ ମାଧ୍ୟମରେ ପାଣିପାଗ ସୂଚନା ପ୍ରଦାନ କରୁଛି। ଏମଏଚଏ ମଧ୍ୟ ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.