Home କେନ୍ଦୁଝର ପାରିବାରିକ କଳହରୁ ଫାଶି ଲଗାଇ ଆତ୍ମହତ୍ୟା କଲେ ବୃଦ୍ଧ

ପାରିବାରିକ କଳହରୁ ଫାଶି ଲଗାଇ ଆତ୍ମହତ୍ୟା କଲେ ବୃଦ୍ଧ

1003

ପାଟଣା : ୩୦-୦୪ (ଓଡିଆ ପୁଅ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ କାଶିଆ ଗ୍ରାମରେ ଆଜି ସକାଳୁ ଏକ ମହୁଲ ଗଛରେ ରଶି ଲଗା ଅବସ୍ଥାରେ ଜଣେ ବୃଦ୍ଧ ଙ୍କ ଶବ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଜଣଙ୍କ କାଶିଆ ଗ୍ରାମର ପୁରୁଷୋତ୍ତମ ମହାନ୍ତ (୬୪) ବୋଲି ଜଣାପଡିଛି। କୌଣସି କାରଣରୁ ପରିବାରିକ କଳହ ହେତୁ ଆଜି ଭୋରରୁ ଘର ନିକଟ ଜଙ୍ଗଲରେ ଏକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ପାଟଣା ଥାନାକୁ ଖବର ଦିଆଯିବାପରେ ପାଟଣା ଥାନା ଏଏସଆଇ ସୁରେନ୍ଦ୍ର ନାଥ ବିଶୋଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପାଟଣା ଥାନାରେ କେଶ ନଂ ୦୯/ ୨୦୧୯ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପାଟଣା ମେଡ଼ିକାଲ ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.