Home ଜିଲ୍ଲା ପରିକ୍ରମା ସାମାଜିକ କର୍ମୀଙ୍କ ଜଳଛତ୍ର ଶିବିର

ସାମାଜିକ କର୍ମୀଙ୍କ ଜଳଛତ୍ର ଶିବିର

5

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବରପଦା ସୈନିକ ନିବାସ ସମ୍ମୁଖରେ ଜଳଛତ୍ର ଶିବିର ଖୋଲାଯାଇଛି । ଏହି ଶିବରକୁ ରୋଟାରୀ ଗଭର୍ଣ୍ଣର ଇନ୍ଦ୍ରଜିତ୍ ସାହୁ ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ରୋଟାରିଆନ୍ ପ୍ରଣବ କୁମାର ସାହୁ, ଭାସ୍କର ଚନ୍ଦ୍ର ପାଢୀ, ନାସିର୍ ବକ୍ସ ଉପସ୍ଥିତ ଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଜଳଛତ୍ର ଶିବିର ମାନ ଖୋଲାଯାଉ ନାହିଁ । ଏହାକୁ ହୃଦୟଙ୍ଗମ କରି ପଥଚାରୀଙ୍କ ଶୋଷ ମେଟାଂଇବାକୁ ଯାଇ ଶିବିର ଖୋଲାଯାଇଥିବା ବେଳେ ଆଗାମୀ ଜୁନ୍ ମାସ ପର୍ଯ୍ୟନ୍ତ ପ୍ରତ୍ୟେହ ଦହି, ଲେମ୍ବୁ ସରବତ ଏବଂ ଅବଢା ପ୍ରଦାନ କରାଯିବ ବୋଲି ଶିକ୍ଷାବିତ୍ ବସନ୍ତ ସାମଲ ପ୍ରକାଶ କରିଛନ୍ତି । ସତ୍ୟଜିତ୍ ସାହୁ, ରଙ୍ଗଲତା ସାମଲ, ସୁଦିପ୍ତ ଦାସ, ବିଜୟତା ସାମଲ, ମାନବୀ ନାୟକ ପ୍ରମୁଖ ସହଯୋଗ କରୁଛନ୍ତି । ସେହିପରି ବନ୍ତ ବ୍ଲକ ଆଗରପଡା ଦମକଳ କେନ୍ଦ୍ର ସମ୍ମୁଖରେ ଯୁବ ସମାଜସେବୀ ବିଶ୍ୱନାଥ ସାହୁ ନିଜସ୍ୱ ଉଦ୍ୟମରେ ଶିବିର ଖୋଲି ପଥଚାରୀ ମାନଙ୍କୁ ଦହି, ଲେମ୍ବୁ ଓ ଟଙ୍କ ତୋରାଣୀ ପ୍ରଦାନ କାର୍ଯ୍ୟକୁ ସମାଜ ସେବୀ ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଅଚଂଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.