Home ଓଡ଼ିଶା ସାବେରୀ ନଦୀରେ ଡଙ୍ଗାବୁଡି ରେ ନିଖୋଜ ୩ଜଣଙ୍କ ମୃତଶରୀର ୪୮ଘଣ୍ଟା ପରେ ମିଳିଲା 

ସାବେରୀ ନଦୀରେ ଡଙ୍ଗାବୁଡି ରେ ନିଖୋଜ ୩ଜଣଙ୍କ ମୃତଶରୀର ୪୮ଘଣ୍ଟା ପରେ ମିଳିଲା 

125

ମାଲକାନଗିରି, ୧୩ା୧୦ (ଓଡିଆ ପୁଅ ) ଗତ ଶୁକ୍ରବାର ଦିନ ସାନନିଲିଗୁଡା କୁମ୍ଭାରଗୁଡା ଗ୍ରାମର ତିନିଜଣ ସାବେରୀ ନଦୀରେ ଡଙ୍ଗାବୁଡିରେ ନିଖୋଜ ହୋଇ ଯାଇଥିଲେ। ପଡିଆ ଥାନା ପୁଲିସ, ପଡିଆ, କାଲିମେଳା, ମାଲକାନଗିରି, ମାଥିଲି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗତ ଦୁଇଦିନ ହେଲା ସାବେରୀ ନଦୀରେ ବହୁତ ଖୋଜା ଖୋଜି କଲାପରେ ଦୀର୍ଘ୪୮ଘଣ୍ଟା ପରେ ଆଜି ତିନି ନିଖୋଜଙ୍କ ମୃତଶରୀର ସାବେରୀ ନଦୀରୁ ମିଳିଛି। ଗତ ଶୁକ୍ରବାର ଅପରାହ୍ନରେ ପଡିଆ ଥାନାସ୍ଥ ମାଟେରୁ ପଞ୍ଚାୟତ ନିକଟବର୍ତି ନିଲିଗୁଡା ତେଗଡପାଲି ଗ୍ରାମର ଭିମେ (ମଜୁଂ) କବାସୀ(୧୮)ତାଙ୍କ ସାନଭଉଣୀ ମୋନିକା କବାସୀ(୧୪) ଓ ରାଜୁପଡିଆମି(୧୬) ତିନିଜଣ ଏକ ଦେଶିଡଙ୍ଗାରେ ସାବେରୀ ନଦୀପାର ହୋଇ ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା କେରଲାପାଲ ହାଟକୁ ଯାଇଥିଲେ, ସେମାନେ ହାଟସାରି ଫେରୁଥିବା ବେଳେ ସାବେରୀ ନଦୀରେ ହଟାତ ଡଙ୍ଗାଟି ଭାରସାମ୍ୟହରାଇ ଓଲଟିପଡିଥିଲା, ଉକ୍ତ ଡଙ୍ଗାରେ ବସିଥିବା ତିନିଜଣ ଯାକ ନଦୀରେ ବୁଡି ଯାଇ ନିଖୋଜ ହୋଇଥିଲେ। ପରିବାର ଲୋକେ ଓ ନିକଟସ୍ଥ ଗ୍ରାମବାସୀ ମାନେ ଏହା ଦେଖି ନଦୀଘାଟରେ ବହୁତ ଖୋଜା ଖୋଜି କଲାପରେ ସେମାନଙ୍କର କିଛି ପତା ପାଇନଥିଲେ।ଗତ କାଲି ଘଟଣାସ୍ଥଳରେ ପଡିଆ ଥାନା ସବଇନିସପେକ୍ଟର ପ୍ରଭାତ କୁମାର ବେହେରା ପୁଲିସ ସଦଳବଳ, ମାଲକାନଗିରି ଅଗ୍ନିଶମ ଅଧିକାରୀ ଗୁପ୍ତେଶ୍ୱର ଦାଶ, ପଡିଆ ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ଙ୍କ ନେତୃତ୍ୱରେ ପଡିଆ, କାଲିମେଳା .ମାଲକାନଗିରି, ମାଥିଲି ଅଗ୍ନିଶମବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଡଙ୍ଗାବୁଡି ଯାଇଥିବା ସ୍ଥାନ ସାବେରୀ ନଦୀରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଦୁଇଦିନ ଧରି ଖୋଜିବା ପରେ ଦୁଇଭଉଣୀ ମଞ୍ଜୁ ଓ ମୋନିକାଙ୍କ ମୃତଶରୀର ସାବାରୀ ନଦୀ ସାନନିଲିଗୁଡା ଘାଟରୁ ଆଜି ମିଳିଥିବା ବେଳେ ନିଖୋଜ ରାଜୁ ପଡିଆମି ନଦୀ ସ୍ରୋତରେ ଭାସି ଯାଇ ଦୀର୍ଘ ୧୦ କିଲୋମିଟର ଦୂର ଏମଭି୬୬ ଗ୍ରାମନିକଟ ସାବାରୀ ନଦୀରେ ଭାସୁଥିବା ଅବସ୍ଥାରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆଜି ଅପରାହ୍ନରେ ଉଦ୍ଧାର କରିଛନ୍ତି। ପଡିଆ ଥାନା ଅଧିକାରୀ ତିନିଜଣଙ୍କ ମୃତଶରୀରକୁ ସାନନିଲିଗୁଡା କୁ ଆଣି ଏକତ୍ରୀତ ରଖି ପରିବାରଙ୍କୁ ଜଣାଇଥିଲେ। ମୃତଶରୀର ଗୁଡିକ ପଚି ଯାଇଥିବାରୁ ହସପିଟାଲକୁ ନନେଇ ନଦୀଘାଟରେ ମାଡଷ୍ଟ୍ରେଷ୍ଟ ଙ୍କ ଉପସ୍ଥିତିରେ ଡାକ୍ତର ସେଠାରେ ଶବବ୍ୟବଛେଦ କରିଛନ୍ତି। ଶବ ବ୍ୟବଛେଦ ପରେ ପୁଲିସ ମୃତପରିବାରଙ୍କୁ ଶବ ହସ୍ତାନ୍ତରକରି ଦେଇଛନ୍ତି। ଗୋଟିଏ ଗାଁର ତିନିଜଣ ନଦୀରେ ଡଙ୍ଗାବୁଡି ମୃତ୍ୟୁ ହେବା ଘଟଣାରେ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି ସେମାନଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି। ଆଜି ଶୋକାକୁଳ ପରିବେଶ ମଧ୍ୟରେ ପରିବାର ଲୋକେ ମୃତଶରୀର ଗୁଡିକୁ ନିଜ ଗାଁକୁ ନେଇ ଶବସଂସ୍କାର କରିଥିବାର ଜଣାପଡିଛି। ଏହି ତିନି ମୃତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.