Home କୋରାପୁଟ ଅକ୍ଟୋବର ୨୦ ରେ ୨ ୟ କୋରାପୁଟ ସାହିତ୍ୟ ଉତ୍ସବ

ଅକ୍ଟୋବର ୨୦ ରେ ୨ ୟ କୋରାପୁଟ ସାହିତ୍ୟ ଉତ୍ସବ

122

କୋରାପୁଟ ୧୩-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ) ଚଳିତମାସ ୨୦ ଓ ୨୧ ଦୁଇଦିନ ଧରି କୋରାପୁଟଠାରେ ୨ ୟ ସାହିତ୍ୟ ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ଏଥିରେଦେଶର ବିଭିନ୍ନ ପ୍ରାନ୍ତରୁ ୧୦୦ ରୁ ଅଧିକ ଅତିଥି ଯୋଗଦେବେ ବୋଲି କଥାଶିଳ୍ପୀ ତଥା ଆୟୋଜକ ଶୁଭ୍ରାଂଶୁ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।କୋରାପୁଟ ସହରଠାରୁ ୨୨ କିମି ଦୂରରେ ଥିବା ବ୍ରାଉନଭାଲି କଫି ଇଷ୍ଟେଟରେ ୨୦ ତାରିଖ ସଂଧ୍ୟାରେ ଉଦଗାଟନୀ ଉତ୍ସବ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ଏହାକୁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ଜୟନ୍ତ ମହାପାତ୍ର ଉଦଘାଟନ କରିବାକୁ ଥିବା ବେଳେ ଜାମ୍ମୁ ଓ କାଶ୍ମିରର ପ୍ରସିଦ୍ଧ ଲେଖକ ପ୍ରଫେସର୍ ଲଲିତ ମଂଗୋତ୍ରା ମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ସେ ସୂଚନା ଦେଇଥିଲେ ।କୋରାପୁଟ ଆଦିବାସୀ ସଂଗ୍ରହାଳୟଠାରେ ୨୧ ତାରିଖଦିନ ଉଦଯାପନ କରାଯିବ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ସେ ପ୍ରକାଶ କରିବା ସହ ୨୧ ତାରିଖ ପୂର୍ବାହ୍ନରେ କୋରାପୁଟ ଓ ବିକାଶ ଶୀର୍ଷକ ସାମାଜିକଏବଂ ରାଜନୈତିକ ବିତର୍କରେ ବିଜେପି ନେତା ଭୃଗୁ ବକ୍ସିପାତ୍ର , ବିଜେଡି ନେତା  ରବି ନାରାୟଣ ନନ୍ଦ , କଂଗ୍ରେସ ନେତା ପ୍ରଦୀପ ମାଝି , ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡା , ଲେଖକ ଚାରୁଦତ ପାଣିଗ୍ରାହୀ ଓ ସାମାଜିକ କର୍ମି ଉମି ଦାନିୟଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଥିଲେ ।ପ୍ରସିଦ୍ଧ କଥାକାର ଡ.ଗୈାରହରି ଦାସ ଓ ପ୍ରସିଦ୍ଧ କବି ବିପିନ ନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନରେ ସମ୍ମାନ୍ନିତ କରାଯିବ ବୋଲି ସେ ସୂଚନା ଦେଇଥିଲେ ।ଅବିଭିକ୍ତ କୋରାପୁଟ ଜିଲ୍ଲାର ୧୦ରୁ ଅଧିକା ବ୍ୟକ୍ତିତ୍ୱ ଓ ଅନୁଷ୍ଟାନମାନଙ୍କୁ ସମ୍ବର୍ନ୍ଧନା ଦିଆ୍‌ିବ ବୋଲି ସେ ପ୍ରକାଶ କରିଥିଲେ ।୨ ୟ କୋରାପୁଟ ସାହିତ୍ୟ ଉତ୍ସବର ପୋଷ୍ଟର ଉନ୍ନୋଚିତ କରାଯାଇଥିଲା ।ଉତ୍ସବର ଆବାହିକା କବି ପ୍ରୀତିଧାରା ସାମଲ ,ଆୟୋଜନ କମିଟିର ସଦସ୍ୟ ରବି ଶତପଥି , ଡ.ରଜନୀକାନ୍ତ ତରାଇ ଓ ଅଭିଷେକ ପାଣି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.