Home ଜିଲ୍ଲା ପରିକ୍ରମା ସାଇବର ଲୁଟେରାଙ୍କ କବଳରେ ଏସବିଆଇ ବ୍ୟାଙ୍କ ଗ୍ରାହକ,ଖାତାରୁ ହଜାର ହଜାର ଟଙ୍କା ଗାଏବ

ସାଇବର ଲୁଟେରାଙ୍କ କବଳରେ ଏସବିଆଇ ବ୍ୟାଙ୍କ ଗ୍ରାହକ,ଖାତାରୁ ହଜାର ହଜାର ଟଙ୍କା ଗାଏବ

39

ମାଲକାନଗିରି,୧୫ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲା ସାଇବର ଲୁଟେରା ମାତିଛନ୍ତି । ବିଶେଷ କରି ସେମାନଙ୍କ ନଜର ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ ) ର ଗ୍ରାହକ ଉପରେ ନଜର ପଡିଛି । ଗତ କିଛି ଦିନହେଲା ମାଲକାନଗିରି ଏସବିଆଇ ବ୍ୟାଙ୍କର ଗ୍ରହାକ ମାନଙ୍କ ଜମାଖାତାରୁ ହଜାର ହଜାର ଟଙ୍କା ଗାଏବ ହେଉଥିବାର ଅଭିଯୋଗ ଆସୁଛି । ଏମିତି ଅଭିଯୋଗ ଆସିଛି ଜିଲ୍ଲା ସଦର ମହକୁମା ଠାରେ ରହୁଥିବା ଦୁଇଜଣ ବ୍ୟକ୍ତିଙ୍କ ଠାରୁ, ଗତ ଦୁଇଦିନ ମଧ୍ୟରେ ଏ ଆପଲା ରାଜୁ ନାମକ ବ୍ୟକ୍ତିଙ୍କ ଏସବିଆଇ ଜମା ଖାତାରୁ କ୍ରାମାଗତ ଭାବେ ୧୦ହଜାର ଲେଖା ୨୦ହଜାର ଟଙ୍କା ଗାଏବ ହୋଇ ଯାଇଥିବା ବେଳେ ଠିକ ସେହିପରି ଅନ୍ୟଜଣେ ଗ୍ରାହକ ମନୋଜ ସ୍ୱାଇଁଙ୍କ ଜମାଖାତାରୁ ମଧ୍ୟ ଟଙ୍କା ଗାଏବ ହୋଇଯାଇଥିବାର ଜଣାପଡିଛି । ଏହି ଦୁଇଜଣ ବ୍ୟାଙ୍କରେ ଅଭିଯୋଗ କରିଥିଲେ ମଧ୍ୟ କର୍ତୁ ପକ୍ଷ କିଛି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ମାଲାକନଗରି ଥାନାରେ ଲିଖିତ ଅଭି ଯୋଗ କରିଥିବାର ଜଣାପଡିଛି । ପୁଲିସ ପ କ୍ଷରୁ ଏହାର ତନାଘନା ତଦନ୍ତ ଆରମ୍ଭ କରାଯାଇ ସାଇବର ଲୁଟେରା ମାନଙ୍କୁ ଖୋଜାଚାଲିଥିବାର ଜଣାପଡିଛି । ଜିଲ୍ଲାରେ କେବଳ ଏସବିଆଇ ବ୍ୟାଙ୍କରୁ ବାରମ୍ବାର ସାଇବର ଲୁଟେରା ମାନେ ଗ୍ରାହକ ମାନଙ୍କ ଜମା ଖାତାରୁ ଟଙ୍କା ଲୁଟି ନେଉଥିବାର ଘଟଣା ଜାଣପଡିବାପରେ ଗ୍ରାହକ ମାନେ ଛାନିଆ ହୋଇପଡିବା ସହ ସେମାନଙ୍କ ଜମାଖାତା କେତେ ଦୁର ସୁରକ୍ଷିତ ରହିଛି ସେନେଇ ଚିନ୍ତିତ ହୋଇପଡିଛନ୍ତି । ଅପର ପକ୍ଷରେ ଏସବିଆଇ ବ୍ୟାଙ୍କ କର୍ତୁପ କ୍ଷ କହିଛନ୍ତି ଗ୍ରାହକ ମାନଙ୍କ ଜମାଖାତା ସୁର କ୍ଷିତ ରହିଛି, କେହି ଛାନିଆ ହେବା ଦରକାର ନାହିଁ, ଟଙ୍କା ଗାଏବ ହେବା ଘଟଣାର ଯାଚଂ ଚାଲିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.