Home ଜିଲ୍ଲା ପରିକ୍ରମା ଜିଲ୍ଲାଅବକାରି ବିଭାଗର ସଫଳତା,ଗଜେଂଇ ଚୋରାଚାଲଣ ବେଳେ ଜଣେ ଗରିଫ,୭୨କେଜି ଗଜେଂଇ ସହ ଅଟୋ ଜବତ

ଜିଲ୍ଲାଅବକାରି ବିଭାଗର ସଫଳତା,ଗଜେଂଇ ଚୋରାଚାଲଣ ବେଳେ ଜଣେ ଗରିଫ,୭୨କେଜି ଗଜେଂଇ ସହ ଅଟୋ ଜବତ

29

ମାଲକାନଗିରି,୧୫ା୧ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା,ଆଜି ସକାଳେ ମାଲାକନଗିରି ଏମଭି୮ଗାମରୁ ଏକ ଅଟୋଗାଡିରେ ଗଜେଂଇ ଚୋରାଚାଲଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ଗଙ୍ଗା ପାଇକରାୟ,ଏଏସଆଇ ଦିନେଶ କୁମାର,କାହ୍ନୁଚରଣ ମଲିକ ଅବକାରୀ ବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି ଚଢଉ କରିଥିଲେ । ଜଣେ ବ୍ୟକ୍ତି ଏକ ଅଟୋଗାଡିରେ କିଛି ଅଖାବସ୍ତାରେ କଣ ସବୁ ବୋଝେଇ କରି ଦୃତଗତିରେ ପଳାଉଥିବାର ଦେଖି ତାଙ୍କୁ ଗୋଡାଇ ଧରିଥିଲେ । ଗାଡିଟିକୁ ଅଟକାଇ ଯାଚଂ କରିବାରୁ ପ୍ଲାଷ୍ଟିକ ଅଖା ବସ୍ତାରେ ୭୨କେଜି ଗଜେଂଇଥିବାର ଦେଖିଥିଲେ । ଏହି ଗଜେଂଇର ସରକାରି ମୂଲ୍ୟ ଗଜେଂଇ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଗିରଫ କରି ଅବକାରୀବିଭାଗ କାର୍ଯ୍ୟାଳୟକୁ ଆଣି ଜେରା କରିବାରୁ ଗଜେଂଇ ଚୋରାଚାଲଣକାରିଙ୍କ ନିଜଘର ଏମଭି୫୦ ଗ୍ରାମରେ ତାଙ୍କ ନାମ ଅମିତ ମଣ୍ଡଳ ସେ ଏମଭି୮ ଗ୍ରାମରୁ ଗଜେଂଇ ନେଇ ମାଲକାନଗିରି ଏମଭି୭ ଗ୍ରାମକୁ ଯାଉଥିବାର କହିଥିଲେ । ଅବକାରୀ ବିଭାଗ ପକ୍ଷରୁ ଗଜେଂଇ ଓ ଗାଡି ଜବତ କରି ଚାଲାଣକାରି ଅମିତ ମଣ୍ଡଳଙ୍କୁ ଗୁରଫ କରି ତାଙ୍କୁ କୋର୍ଚଚାଲାଣ କରାଯାଇଛି । ଏହି ଗଜେଂଇ ଚୋରା ଚାଲଣ କାରବାର ରେ ଆଉକାହାର ସଂପୃକ୍ତି ରହିଛି ସେନେଇ ଅବକାରୀବିଭାଗ ପକ୍ଷରୁ ତଦନ୍ତଚାଲିଛି ବୋଲି ଜିଲ୍ଲାଅବକାରୀ ଅଧିକ୍ଷକ ଶ୍ରୀ ସେଠ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.