Home Top News ନବୀନ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ – ଜାଣନ୍ତୁ କିପରି

ନବୀନ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ – ଜାଣନ୍ତୁ କିପରି

154

ଏବିପି ନ୍ୟୁଜ୍ ଏବଂ ସି ଭୋଟର ସର୍ଭେରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ନବୀନଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମ ଆସୁଛି। ଏହି ସର୍ଭେରେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ଏବଂ କାହାର ପ୍ରଦର୍ଶନ ଖରାପ ତାହାର ଏକ ସର୍ଭେ କରାଯାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ମୁଖ୍ୟମନ୍ତ୍ରୀମାନେ ବିଜେପି କିମ୍ବା କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ନୁହଁନ୍ତି ଏମୋନେ ହେଉଛନ୍ତି ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀ, ଯେଉଁମାନଙ୍କୁ ଲୋକମାନେ ପସନ୍ଦ କରିଛନ୍ତି।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ହରିୟାଣା ସିଏମ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନିଜ ରାଜ୍ୟରେ କମ୍ ଲୋକ ପସନ୍ଦ କରିଛନ୍ତି। ଅର୍ଥାତ୍ ଏହି ତିନି ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା କମ୍ ଅଟେ।

ଜାଣନ୍ତୁ ସର୍ଭେ ଅନୁୟାୟୀ, ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ କ୍ରମାନ୍ୱୟରେ

୧. ଓଡ଼ିଶା – ନବୀନ ପଟ୍ଟନାୟକ।
୨. ଦିଲ୍ଲୀ – ଅରବିନ୍ଦ କେଜ୍ରିୱାଲ।
୩. ଆନ୍ଧ୍ରପ୍ରଦେଶ – ଜଗନ୍ ମୋହନ ରେଡ୍ଡୀ।
୪. କେରଳ – ପି ବିଜୟ
୫. ମହାରାଷ୍ଟ୍ର – ଉଦ୍ଧବ ଠାକରେ।
୬. ଛତିଶଗଡ – ଭୁପେଶ ବାଗେଲ।
୭. ପଶ୍ଚିମବଙ୍ଗ- ମମତା ବାନାର୍ଜୀ।
୮. ମଧ୍ୟପ୍ରଦେଶ – ଶିବରାଜ ସିଂ ଚୌହାନ।
୯. ଗୋଆ – ପ୍ରମୋଦ ସାୱନ୍ତ।
୧୦. ଗୁଜୁରାଟ – ବିଜୟ ରୂପାନି।

ଦେଶର ୫ କମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ।
୧. ଉତ୍ତରାଖଣ୍ଡ – ତ୍ରିବେନ୍ଦ୍ର ସିଂ ରାୱତ।
୨. ହରିୟାଣା – ମନୋହର ଲାଲ ଖଟ୍ଟର।
୩.ପଞ୍ଜାବ- କ୍ୟାପଟେନ ଅମରିନ୍ଦର ସିଂ।
୪. ତେଲେଙ୍ଗାନା – କେ ଚନ୍ଦ୍ରଶେଖର ରାଓ।
୫. ତାମିଲନାଡୁ – କେ ପାଲିନି ସ୍ୱାମୀ।

ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଥିବା ବେଳେ ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.