Home ବାଲେଶ୍ବର ସାଇକେଲ ଚୋରକୁ ଧରି ବାନ୍ଧିଲେ ଗ୍ରାମବାସୀ

ସାଇକେଲ ଚୋରକୁ ଧରି ବାନ୍ଧିଲେ ଗ୍ରାମବାସୀ

88

ବାହାନଗା,୨୯ା୧୦( ଭାରତୀ ଦାସ / ଓଡ଼ିଆ ପୁଅ) :ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଗ୍ରାମରେ ଏକ ସାଇକେଲ ଚୋରକୁ ଧରି ବାନ୍ଧି ଉତ୍ତମ ମଧ୍ୟମ ଦେଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଷଠୀ ଗ୍ରାମର ଜେଣେ ବ୍ୟକ୍ତି ରାସ୍ତା ପାଖରେ ସାଇକେଲ ରଖି ବିଲକୁ କାମ କରିବାକୁ ଯାଇଥିଲେ । ସେହି ସମୟରେ ରହଣିଆଗଞ୍ଜର ଜୈନିକ ବ୍ୟକ୍ତି ବାହାନଗାରୁ ଫେରୁ ଥିବା ସମୟରେ ରାସ୍ତା ପାଖରେ ସାଇକେଲ ଠିଆ ହୋଇ ଥିବାର ଦେଖି ସାଇକେଲଟିକୁ ନେଇ ପଳାଇ ଯାଉଥିବା ସମୟରେ ଧରାପଡ଼ି ଥିଲେ । ଗ୍ରାମବାସୀ ତାଙ୍କୁ ଧରି ବାନ୍ଧି ଉତ୍ତମ ମଧ୍ୟମ ଦେଇ ଥିବାର ଜଣାପଡ଼ିଛି । ପୂର୍ବରୁ ଚୋରୀ ହୋଇ ଥିବା ଗାଡ଼ି ବିଷୟରେ ପଚାରି ଥିଲେ । ସୂଚନା ଅନୁସାରେ ଦୈନିକ ବ୍ୟକ୍ତିର ସାଇକେଲ ବାହାନଗା ବଜାରରେ ଚୋରୀ ହୋଇ ଥିବାର ବ୍ୟକ୍ତି ଜଣକ କହିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.