Home ଓଡ଼ିଶା ବର୍ଦ୍ଧିତ ଦରମା ଦାବୀ କରି ଶ୍ରମିକ ଅଶାନ୍ତି , ଫାଲକନ ପ୍ଲାଣ୍ଟ ବନ୍ଦ କରିବାକୁ ମେନେଜମେଣ୍ଟର...

ବର୍ଦ୍ଧିତ ଦରମା ଦାବୀ କରି ଶ୍ରମିକ ଅଶାନ୍ତି , ଫାଲକନ ପ୍ଲାଣ୍ଟ ବନ୍ଦ କରିବାକୁ ମେନେଜମେଣ୍ଟର ନିଷ୍ପତି

84

ବାହାନଗା,୨୯ା୧୦(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଓଳିଆ ପାଟଣା ନିକଟରେ ଥିବା ଫାଲକନ ମେରାଇନରେ ଶ୍ରମିକ ଅଶାନ୍ତି ଦେଖା ଯାଇଛି । ବର୍ଦ୍ଧିତ ଦରମାକୁ କେନ୍ଦ୍ର କରି କାର୍ଯ୍ୟ ବନ୍ଦ କରିବାକୁ ଶ୍ରମିକ ନିଷ୍ପତି କରି ଆନ୍ଦୋଳନ କରାଯାଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଫାଲକନ ମେରାଇନରେ ବହୁ ବର୍ଷ ଧରି ଶ୍ରମିକ ମାନେ କାର୍ଯ୍ୟ କରି ଆସୁଛନ୍ତି । ସେଠାରେ ଦରମା ବର୍ଦ୍ଧିତ ପାଇଁ ଶ୍ରମିକ ମାନେ ବହୁ ବାର ଦାବୀପତ୍ର ଦେଇଥିଲେ ମଧ୍ୟ ମେନେଜମେଣ୍ଟ ଆଗାମୀ ଏପ୍ରିଲ ମାସ ଦେବା ପାଇଁ ପ୍ରତିଶୃତି ଦେଇ ଥିଲେ ।କିନ୍ତୁ ଶ୍ରମିକ ମାନେ ଏହାକୁ ନ ଶୁଣି ଏବେ ଦରମା ବର୍ଦ୍ଧିତ କରିବାକୁ ଜିରେ ଅଟଳ ରହି କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତି ନେଇ ଗୁରୁବାର ଦିନ ଏକତ୍ରିତ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରି କାର୍ଯ୍ୟ ବନ୍ଦ କରି ଥିଲେ । ଶେଷରେ ଆନ୍ଦୋଳନ ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମେନେଜମେଣ୍ଟ ଓ ଶ୍ରମିକ ୟୁନିୟନ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରିଥିଲେ । ଶ୍ରମିକ ମାନେ ନିଜ ଜିଦରେ ଅଟଳ ଥିବା ବେଳେ ମେନେଜମେଣ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିଷ୍ପିି ନେଇ ଭିତରେ ଥିବା ଶମିକଙ୍କୁ ବାହାର କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.