Home ଓଡ଼ିଶା ସାଂସଦ ଙ୍କ ମାଲକାନଗିରି ଗସ୍ତ,ପଚାଂୟତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଶୁଭାଆରମ୍ଭ

ସାଂସଦ ଙ୍କ ମାଲକାନଗିରି ଗସ୍ତ,ପଚାଂୟତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଶୁଭାଆରମ୍ଭ

109

ମାଲକାନଗିରି,୨୭ା୬ (ଓଡିଆ ପୁଅ ) ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲା ଗସ୍ତକରି ପଚାଂୟତସ୍ତରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି । ଆଜି ପ୍ରଥମ ଦିବସରେ କୋଭିଡ୧୯ ନିୟମ ପାଳନକରି ମୁହଁରେ ମାସ୍କପିନ୍ଧି ସାମାଜିକ ଦୂରତା ରକ୍ଷାକରି ମାଲକାନଗିରି ବ୍ଲକର ଚାଲାଣଗୁଡା,ତଣ୍ଡିକି,ମାଟାପେକା,ଗୋରଖୁଠାଂ,ତଣ୍ଡାପାଲି,ତମସା,ଶିଖପାଲି ପଚାଂୟତ ରେ ବିଜେଡି ଦଳ ପକ୍ଷରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାଂସଦ ଯୋଗଦେଇ ଗ୍ରାମବାସୀ ମାନଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରି ଫଇସଲା କରିଥିଲେ । ଏହା ବ୍ୟତିତ ବିଭିନ୍ନ ଗ୍ରାମରେ ଚାଲିଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରି ଗ୍ରାମବାସୀ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ଓ କରୋନା ମହାମାରିଠାରୁ ଦୁରରେ ରହିବା ପାଇଁ ସଚେତନତାର ବାର୍ତାଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ପୁବ ର୍ତନ ବିଧାୟକ ମୁକୁନ୍ଦ ସୋଡି,ପୁବ ର୍ତନ ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା,ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ସମତି ସଭ୍ୟ ଡାନେଲ ପଟଲା,ବିଜେଡି ନେତା ଗୋପାଳ ପଣ୍ଡା, ଲମ୍ବଧର ତୁରୁକ, ସବ ର୍କୁମାର ବିଷୋୟୀ, ଜଗବନ୍ଧୁପଡିଆରୀ ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ସରପଂଚ ଓ୍ୟାର୍ଡମେମ୍ବର,ସମତି ସଭ୍ୟ,ଓ ଗ୍ରାମବାସୀ ମାନଙ୍କ ସହିତ ଗ୍ରାମର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.