Home ଅନୁଗୁଳ ଜୁଲାଇ ୧ ତାରିଖ ତାଳଚେର ବିଧାନସଭା ଜନସମ୍ବାଦ ର‌୍ୟାଲିରେ ଉଦ୍‌ବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ

ଜୁଲାଇ ୧ ତାରିଖ ତାଳଚେର ବିଧାନସଭା ଜନସମ୍ବାଦ ର‌୍ୟାଲିରେ ଉଦ୍‌ବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ

142

ତାଳଚେର,୨୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଭାରତୀୟ ଜନତା ପାର୍ଟି ତରଫରୁ ସାରା ଦେଶରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଭର୍ଚୁଆଲ ର‌୍ୟାଲି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । କେନ୍ଦ୍ରରେ ମୋଦୀ ସରକାରଙ୍କର ଦ୍ୱିତୀୟ ପାଳିର ୧ମ ବର୍ଷର ସଫଳତା ତଥା କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ଉକ୍ତ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁଲାଇ ୧ତାରିଖ ବୁଧବାର ଦିନ ସକାଳ ୧୦ଘଟିକା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନଫରେନସିଂ ମାଧ୍ୟମରେ ତାଳଚେର ବିଧାନସଭା କ୍ଷେତ୍ର ଜନ ସମ୍ବାଦ-ଭର୍ଚୁଆଲ ର‌୍ୟାଲିରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି । ଆୟୋଜିତ ହେବାକୁ ଥିବା ଉକ୍ତ ର‌୍ୟାଲିରେ ୧୦ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ତଥା ଶୁଭେଚ୍ଛୁ ଯୋଗଦାନ କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.