Home ଅନୁଗୁଳ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

86

ଅନୁଗୋଳ,୨୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଂଟର (ଏ.ଆଇ.ୟୁ.ଟି.ୟୁ.ସି) ଓଡିଶା ରାଜ୍ୟ କମିଟି କମିଟି ଆହ୍ୱାନରେ ୨୬ ଜୁନ୍ ୨୦୨୦ ସାରା ଓଡିଶା ଦାବୀ ଦିବସ ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନ ୧୧ଘଟିକା ସମୟରେ ଅନୁଗୋଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏ.ଆଇ.ୟୁ.ଟି.ୟୁ.ସି ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ଶାରୀରିକ ଦୂରତ୍ୱ ବଜାୟ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କାରଖାନା ଆଇନ୍ ୧୯୪୮ ଓ ଶିଳ୍ପ ବିବାଦ ଆଇନ୍ ୧୯୪୭ ଆଦି ଆଇନ୍‌ର ସଂଶୋଧନ,କାର୍ଯ୍ୟ ଦିବସ ୮ ଘଂଟାରୁ ୧୨ଘଂଟାକୁ ବୃଦ୍ଧି କରିବା ନିଷ୍ପତି ସମେତ କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା କରାଯାଉଥିବା ଶ୍ରମ ଆଇନ୍ ସଂସ୍କାର ପ୍ରତ୍ୟାହାର କରିବା,ସମସ୍ତ କ୍ଷେତ୍ରରେ ଶ୍ରମ ଆଇନ୍‌କୁ କଡାକଡି ଲାଗୁକରିବା, ନାଲକୋ, ଏନ୍‌.ଟି.ପି.ସି, ପି.ଜି.ସି.ଆଇ.ଏଲ୍ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ନିଷ୍ପତି ପ୍ରତ୍ୟାହାର କରିବା, ରେଳ ପ୍ରତିରକ୍ଷା, ବନ୍ଦର, କୋଇଲା, ବିମାନ ସେବା, ବ୍ୟାଙ୍କ, ବୀମା ଓ ଖୁଚୁରା ବ୍ୟବସାୟରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ(ୠଊଓ)ର ନିଷ୍ପତି ପ୍ରତ୍ୟାହାର କରିବା, କେନ୍ଦ୍ରୀୟ କର୍ମଚାରୀଙ୍କ ଡି.ଏ. ଓ ପେନ୍‌ସନ୍‌ଧାରୀଙ୍କ ଡି.ଆର୍ ଫ୍ରିଜ୍ କରିବା ନିଷ୍ପତି ପ୍ରତ୍ୟାହାର କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଓ ବିଦ୍ୟୁତ୍ ଉପଭୋକ୍ତା ବିରୋଧୀ ଇଲେକ୍ଟ୍ରିସିଟି ଆକ୍ଟ ଆମେଣ୍ଡମେଂଟ ବିଲ୍‌-୨୦୨୦ ପ୍ରତ୍ୟାହାର କରିବା, ବିଦ୍ୟୁତ ଉତ୍ପାଦନ, ସଂଚାଳନ ଓ ବଂଟନକୁ ସରକାର ପ୍ରତ୍ୟକ୍ଷ ଭାବେ ପରିଚାଳନା କରିବା, କଳକାରଖାନା ଖଣି ଓ ସଂସ୍ଥା ମାନଙ୍କରୁ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକ ଛଟେଇ ବନ୍ଦ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ଖାଦ୍ୟ ପଦାର୍ଥ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ନିର୍ଦ୍ଧାରଣ କରିବା, କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ୍ ପିରିୟଡ ପାଇଁ ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ମଜୁରୀ ପ୍ରଦାନ କରିବା, ଲକ୍‌ଡାଉନ୍ ପିରିୟଡରେ ଛଟେଇ ଓ ବହିସ୍କୃତ ଶ୍ରମିକ କର୍ମଚାରୀଙ୍କୁ କାମ କରିନଥିବା ସମୟର ମଜୁରୀ ଦେଇ ପୁନଃ ନିଯୁକ୍ତି ଦେବା, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସ୍ଥାୟୀ ରୋଜଗାର ଯୋଗାଇଦେବା ସଙ୍ଗେ ସଙ୍ଗେ ଜରୁରୀ ପ୍ରୟୋଜନ ପାଇଁ ୬ମାସ ପର୍ଯ୍ୟନ୍ତ ମାସିକ ୧୦ହଜାର ଲେଖାଏଁ ଟଙ୍କା ଆର୍ôଥକ ସହାୟତା ଯୋଗାଇଦେବା ଏବଂ ସେମାନଙ୍କର ବକେୟା ମଜୁରୀ ଓ ଅନ୍ୟାନ୍ୟ ଆଇନ୍ ସମ୍ମତ ପ୍ରାପ୍ୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା, ମଧ୍ୟାହ୍ନ ଭୋଜନ ପାଚିକା, ଆଶା, ଅଙ୍ଗନୱାଡି, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ୱାବଲମ୍ବୀ କାରିଗର ଆଦି ସ୍କିମ୍ ଶ୍ରମିକଙ୍କୁ ଶ୍ରମିକ କର୍ମଚାରୀର ମାନ୍ୟତା ଦେବା ଏବଂ ସେମାନଙ୍କୁ ଲକ୍‌ଡାଉନ୍ ପିରିୟଡର ପାରିଶ୍ରମିକ ପ୍ରଦାନ କରିବା ସହିତ ୧୦ହଜାର ଟଙ୍କା ଆର୍ôଥକ ସହାୟତା ଦେବା, ଘରୋଇ ପରିଚାରକ/ପରିଚାରିକା, ବିଡି ଶ୍ରମିକ, ଉଠା ଦୋକାନୀ, ଅଟୋଚାଳକ, ପଞ୍ଜିକୃତ ଓ ଅଣପଞ୍ଜିକୃତ ଅଣସଂଗଠିତ ଶ୍ରମିକଙ୍କୁ କରୋନା ମହାମାରୀ କାଳୀନ ଆର୍ôଥକ ସହାୟତା ଭାବେ ୧୦ହଜାର ଟଙ୍କା ପ୍ରଦାନ କରିବା ଆଦି ୧୨ଦଫା ଦାବି ସମ୍ବଳିତ ଦାବିପତ୍ର ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆଜିକାର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ ସମ୍ପାଦକ ଜୟସେନ ମେହେର, ଅନୁଗୋଳ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ,ସଂଗଠକ ସିଲୁ ଧଳ,ପ୍ରତାପ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସଂଗଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.